ଅଲଗା ହେଲା ଏଲାୟାନ୍ସ ଏୟାର

ଅଲଗା ହେଲା ଏଲାୟାନ୍ସ ଏୟାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏୟାର ଇଣ୍ଡିଆ ଠାରୁ ଅଲଗା ହୋଇଗଲା ଏଲାୟାନ୍ସ ଏୟାର । ଶୁକ୍ରବାର ଏପ୍ରିଲ ୧୫ରୁ ଏୟାର ଇଣ୍ଡିଆର ଆଞ୍ଚଳିକ ଉଡାଣ କରୁଥିବା ସଂସ୍ଥା ସ୍ୱତନ୍ତ୍ର ହୋଇଯାଇଛି । ଏନେଇ ବିମାନ ଚଳାଚଳ ସଂସ୍ଥା ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛି । କମ୍ପାନୀରୁ ପୁଞ୍ଜି ଅପସାରଣ ପରେ ଆଞ୍ଚଳିକ ପରିବହନକାରୀ ଏଲାୟାନ୍ସ ଏୟାର ଅଲଗା ହେବାକୁ ନିଷ୍ପତ୍ତି ନେଇଛି ।ଶୁକ୍ରବାର ଠାରୁ ଏଲାୟାନ୍ସ ଏୟାର ନିଜର ସ୍ୱତନ୍ତ୍ର ଟିକେଟ ବ୍ୟବସ୍ଥା ସହ ଉଡାଣ ମଧ୍ୟ କରିଛି । ଏଣିକି ଏୟାର ଇଣ୍ଡିଆ ସାଇଟରେ କେବଳ ଏୟାର ଇଣ୍ଡିଆର ଟିକେଟ ଉପଲବ୍ଧ ହେବ । ଏଲାୟାନ୍ସ ଏୟାର ପାଇଁ, ଏହାର ସ୍ୱତନ୍ତ୍ର ୱେବାସାଇଟ ଭିଜିଟ କରିବାକୁ ହେବ ।୧୯୯୬ ମସିହାରେ ଆରମ୍ଭ ହୋଇଥିବା ଏଲାୟାନ୍ସ ଏୟାର ୨୦୧୧ ମସିହାରେ ଏୟାର ଇଣ୍ଡିଆ ସହ ମିଶିଥିଲା । ଆଞ୍ଚଳିକ ଉଡାଣରେ ଏହାର ୪୯ଟି ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ କରୁଥିଲା । ଦିଲ୍ଲ-ଲକ୍ଷ୍ନୋ, ହାଇଦ୍ରାବାଦ-ବେଙ୍ଗାଲୁରୁ ଗୁୱାହାଟ୍ଟି-ପଶିଘାଟ, ହାଇଦ୍ରାବାଦ-ବେଙ୍ଗାଲୁରୁ, କୋଲକାତା-ଭୁବନେଶ୍ୱା ଏବଂ ମୁମ୍ବାଇ-ଭୁଜ ରୁଟ୍ ରେ ଏଲାୟାନ୍ସ ଏୟାର ବିମାନ ଚଳାଚଳ କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: