ଏବର୍ଷ ନୁହେଁ, ୨୦୨୧ରେ ଆସିବ ‘ମୈଦାନ’

ଏବର୍ଷ ନୁହେଁ, ୨୦୨୧ରେ ଆସିବ ‘ମୈଦାନ’

ସୌମ୍ୟାଶ୍ରୀ: କୋରୋନା ଭାଇରାସ ଯୋଗୁ ଠପ୍ ହୋଇଛି ଜୀବନ ଯାତ୍ରା । ପ୍ରଭାବିତ ହୋଇଛି ବିଶ୍ୱବାସୀଙ୍କ ଜୀବନ ଜୀବିକା । ଫିଲ୍ମ ଇଣ୍ଡଷ୍ଟ୍ରୀ ବି କୋରୋନା କହରରେ ଯୁଝି ହେଉଛି । ବହୁ ଫିଲ୍ମର ସୁଟିଂ ବନ୍ଦ ହୋଇଥିବା ବେଳେ ଯେଉଁ କେତେକ ଫିଲ୍ମ ନିର୍ମାଣ ସରିଛି, ତାହା ରିଲିଜ୍ ହୋଇପାରୁନି। କେବେ ସେସବୁ ଫିଲ୍ମ ରିଲିଜ୍‌ ହେବ, ତାହା କହିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି । ଏପରି ପରିସ୍ଥିତିରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଅଜୟ ଦେବଗନ୍‌‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମୈଦାନ’ ଚଳିତବର୍ଷ ରିଲିଜ୍‌ ହେବନି ବୋଲି ସ୍ପଷ୍ଟ ହୋଇଛି । ଆସନ୍ତା ବର୍ଷ ଏହି ଫିଲ୍ମ ସିଲଭର ସ୍କ୍ରିନକୁ ଆସିବ । ଏନେଇ ନିଜେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି ଅଜୟ ଦେବଗନ । ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ରିଲିଜ୍‌ ତାରିଖ ପରିବର୍ତ୍ତନ ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଜୟ ଦେବଗନ

ଆସନ୍ତା ବର୍ଷ ସ୍ୱାଧୀନତା ଦିବସ ଅବସରରେ ଫିଲ୍ମ ‘ମୈଦାନ’ ରିଲିଜ୍ ହେବ । ୨୦୨୧, ଅଗଷ୍ଟ ୧୩ରେ ବଡ଼ ପରଦାକୁ ଏହି ସିନେମା ଆସିବ। ଚଳିତବର୍ଷ ନଭେମ୍ବରରେ ଏହି ସିନେମା ରିଲିଜ୍‌ ହେବାର ଥିଲା । ମାତ୍ର କୋରୋନା କଟକଣାକୁ ଦୃଷ୍ଟିରେ ରଖି ଏହାର ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଇଛି । ଫିଲ୍ମ ‘ମୈଦାନ’ ସତ୍ୟ ଘଟଣା ଉପରେ ଆଧାରିତ । ଫୁଟବଲ୍‌ ଖେଳକୁ ନେଇ ଫିଲ୍ମର କାହାଣୀ ଗତି କରୁଛି । ଏଥିରେ ଅଜୟ ଦେବଗନ୍ ଫୁଟବଲ୍ କୋଚ ଭୂମିକାରେ ନଜର ଆସିବେ । ସେ ସଇଦ୍‌ ଅବଦୁଲ୍ ରହିମଙ୍କ ଭୂମିକା ନିଭାଉଛନ୍ତି, ଯିଏକି ୧୯୫୦ରୁ ୧୯୬୩ ପର୍ଯ୍ୟନ୍ତ ଫୁଟବଲ୍‌ ଟିମ୍‌‌ର କୋଚ୍ ଥିଲେ । ତେବେ ଏହି ଫିଲ୍ମକୁ ନେଇ ଅଜୟ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ଶର୍ମା । ଏହା ଆଗରୁ ସେ ‘ବଧାଇ ହୋ’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: