୨ବର୍ଷ ବ୍ୟବଧାନ ପରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ସେବା

୨ବର୍ଷ ବ୍ୟବଧାନ ପରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ସେବା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁଇ ବର୍ଷ ପରେ ହଟିଲା କଟକଣା । ଆଜିଠୁ ସ୍ୱାଭାବିକ ହୋଇଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିଲା କଟକଣା । ଆଜିଠାରୁ କଟକଣା ଉଠିବା ସହ ଅନ୍ତର୍ଜାତୀୟ ଉଡ଼ାଣ ସ୍ୱାଭାବିକ ହୋଇଛି । ୨୦୨୦ ମାର୍ଚ୍ଚ ୨୩ରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ସରକାର ।ଏବେ ଦେଶରେ ସଂକ୍ରମଣ କମିଥିବା ବେଳେ ଟିକାକରଣ ହାର ବଢ଼ିଛି । ଦ୍ରୁତ ଟିକାକରଣ କରାଯାଉଛି । ସଂକ୍ରମଣ ହାର ଓ ପଜିଟିଭିଟି ରେଟ୍ ଖସୁଥିବାରୁ ସ୍ଥିତିକୁ ଦେଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଏଣିକି ୪୦ ଦେଶ ୬୦ଟି ଏୟାରଲାଇନ୍ସ ଭାରତକୁ ବିମାନ ଚଳାଚଳ କରିପାରିବେ ।ତେବେ ଯାତ୍ରା ବେଳେ ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବେ । ପୂର୍ବରୁ ୩ଟି ସିଟ୍ ଖାଲି ରଖିବା ନେଇ ଥିବା ଗାଇଡଲାଇନକୁ ହଟାଇ ଦିଆଯାଇଛି । ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ । କିନ୍ତୁ ବିମାନ କର୍ମଚାରୀ ଏବେ ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନାହିଁ । ବିମାନବନ୍ଦରରେ ସୁରକ୍ଷାକର୍ମୀ ଯାଞ୍ଚ କରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: