ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ଦୁଇ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ଦୁଇ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ପୋଲିସ ବିଭିନ୍ନ ଦିଗ ନେଇ ତଦନ୍ତ କରୁଥିବା ବେଳେ ଆଜି ତାଙ୍କର ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯାଇଛି। ନୟାପଲ୍ଲୀ ଥାନାରେ ଦୁଇ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯାଇଛି। ଉଭୟଙ୍କୁ ପୂର୍ବରୁ ପର୍ଯ୍ୟାୟକ୍ରମେ ପୋଲିସ ପଚରାଉଚୁରା କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ କୁ ମିଳିଥିଲା। ଉଭୟଙ୍କୁ ମୁହାଁମୁହିଁ ଜେରା କଲେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ଟେଲି ଅଭିନେତ୍ରୀ ରସ୍ମିରେଖା ଆତ୍ମହତ୍ୟା କରିଥିଲେ । ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରୁ ଭାଦଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଖୋଲତାଡ଼ ଆରମ୍ଭ କରିଥିଲା ପୋଲିସ । ଏପିରିକି ପର୍ଯ୍ୟାୟକ୍ରମେ ରଶ୍ମିରେଖାଙ୍କ ଦୁଇ ପୁରୁଷବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ଜେରା କରିଥିଲା । କିନ୍ତୁ ଏବେ ୨ ଜଣଙ୍କୁ ସାମ୍ନାସାମ୍ନି ଜେରା କରୁଛି ପୋଲିସ । ଏହି ଜେରାରୁ ପୋଲିସକୁ କିଛି ତଥ୍ୟ ମିଳିବା ଆଶା କରାଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: