ଅଜବ ରୋଗ, ହସିବା ମାତ୍ରେ ଚେତାଶୂନ୍ୟ ହୋଇପଡ଼ନ୍ତି ମହିଳା

ଅଜବ ରୋଗ, ହସିବା ମାତ୍ରେ ଚେତାଶୂନ୍ୟ ହୋଇପଡ଼ନ୍ତି ମହିଳା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗତକିଛି ଦିନ ତଳେ ଜଣେ ମହିଳାଙ୍କୁ ଅଜବ ରୋଗ କାରଣରୁ ପୁରୁଷଙ୍କୁ ଦେଖିବା ମାତ୍ରେ ଚେତାଶୂନ୍ୟ ହୋଇଯିବା କଥା ସମ୍ନାକୁ ଆସିଥିଲା। ତେବେ ଏବେ ବ୍ରିଟେନର ବର୍ମିଂଗଧମ୍ ରହୁଥିବା ଆଉ ଜଣେ ମହିଳାଙ୍କ ଅଜବ ରୋଗ ଚର୍ଚ୍ଚାରେ ରହିଛି । ବେଲା କିଲମାର୍ଟିନଙ୍କ ନାମଙ୍କ ଏହି ମହିଳାଙ୍କ ପାଇଁ ତାଙ୍କ ହସ ଅଭିଶାପ ହୋଇଯାଇଛି। ସେ ଦୁଇଟି ଗୁରୁତର ରୋଗରେ ପୀଡିତ ରହିଥିବା ବେଳେ ତାଙ୍କୁ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ବେଲା ନାର୍କୋଲପିସି ଓ କେଟାପ୍ଲେକ୍ସି ନାମକ ଦୁଇଟି ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗ ହେତୁ ତାଙ୍କ ପାଇଁ ହସିବା କଷ୍ଟକର ହୋଇ ପଡ଼ିଛି।
ବାସ୍ତବରେ ନାର୍କୋଲପିସି ଜଣେ ବ୍ୟକ୍ତିକୁ ଅତ୍ୟଧିକ ନିଦ୍ରା ଆଣିଥିବା ବେଳେ ସମାନ ଭାବେ କେଟାପ୍ଲେକ୍ସି ଦ୍ଵାରା ବ୍ୟକ୍ତିର ଆବେଗ ଶକ୍ତିଶାଳୀ ହେବା ମାତ୍ରେ ତାର ଶରୀରର ଉପରୁ ନିୟନ୍ତ୍ରଣ କାମିବାକୁ ଲାଗିଥାଏ। ଏହି କାରଣରୁ ବେଲା ଯେବେ ବି ହସନ୍ତି ସେ ତାଙ୍କ ନିଜ ଉପରୁ ନିୟନ୍ତ୍ରଣ ଆପେ ହରାଇ ବସନ୍ତି ଓ ଅନେକ ଥର ହସି ହସି ଚେତାଶୂନ୍ୟ ହୋଇପଡ଼ନ୍ତି ।
ବେଲା କହନ୍ତି ଯେ ହସିବା ହେତୁ ତାଙ୍କ ସମଗ୍ର ଶରୀର ସର୍ଟଡାଉନ୍ ମୋଡକୁ ଚାଲି ଯାଇଥାଏ। ସେ ଥରେ ସୁଇମିଂ ପୁଲରେ କୌଣସି କାରଣରୁ ହସିବାକୁ ଲାଗିଲେ ଏବଂ ସେ ନିଜ ଶରୀରର ନିୟନ୍ତ୍ରଣ ହରାଇ ବସିଥିଲେ, ଯାହା ପରେ ସେ ବୁଡ଼ିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ। ସେବେଠାରୁ ସେ ଅସୁରକ୍ଷିତ ସ୍ଥାନରେ ହସିବାକୁ ନେଇ ବହୁତ ସତର୍କ ରୁହନ୍ତି । ଏହାସହ ସେ କହିଛନ୍ତି ଯେ, ମୋ ସହିତ ଅଧିକ ସମସ୍ୟା ସେତେବେଳେ ଦେଖାଯାଏ ଯେତେବେଳେ କେହି ହଠାତ୍ ଏକ ମଜାଳିଆ କଥା କୁହନ୍ତି ଏବଂ ମୁଁ ମୋର ହସକୁ ରୋକି ପରେ ନାହିଁ। ହସିବା ଦ୍ଵାରା ମୋର ମାଂସପେଶୀ ଦୁର୍ବଳ ହୋଇଯାଏ, ମୋ ମୁଣ୍ଡର ସନ୍ତୁଳନ ଖରାପ ହେବାକୁ ଲାଗେ। ମୋ ଚାରିପାଖରେ କ’ଣ ଘଟୁଛି ମୁଁ ଜାଣିବାକୁ ସକ୍ଷମ ହୋଇଥାଏ କିନ୍ତୁ ମୋ ଶରୀରର ନିୟନ୍ତ୍ରଣ ହରାଇଦିଏ । ସେ ଏହାମଧ୍ୟ କହିଥିଲେ ଯେ, ଯେତେବେଳେ କେଟାପ୍ଲେକ୍ସି ଆରମ୍ଭ ହେଲା, ମୁଁ ଭାବୁଥିଲି ମୋର ହୃଦୟ ସମସ୍ୟା ଅଛି। ଅବଶ୍ୟ ଏହି ସମସ୍ୟା ଧୀରେ ଧୀରେ ଆରମ୍ଭ ହୋଇଥିଲା। ଯେତେବେଳେ ବି ମୁଁ ହସୁଥିଲି, ମୋର ଟିକେ ମୁଣ୍ଡ ବୁଲାଉଥିଲ। । ଏହା ପରେ ମୋ ଆଖି ଟିକେ ଫୁଲିଗଲା ଏବଂ ମୋ ଆଖି ଯେପରି ମଦ୍ୟପାନ କଲା ଭଳି ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଏହା ପରବର୍ତ୍ତୀ ସ୍ତରରେ ପହଞ୍ଚିଛି ଏବଂ ମୋ ଶରୀର ନିୟନ୍ତ୍ରଣ ହରାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପରିବାର ଭାବୁଥିଲେ ଯେ ମୁଁ ଡ୍ରଗ୍ସ ସେବନ କରୁଛି ।, କାରଣ ଯେତେବେଳେ ବି ମୁଁ ହସୁଥିଲି, ମୋ ଆଖି ନିଶା ଖାଇବା ପରି ହେଇ ଯାଉଥିଲା। ଏହି ସମସ୍ୟା ହେତୁ ମୁଁ ଅନେକ ଥର ଆଘାତ ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: