୧୪ଜଣଙ୍କୁ ପ୍ରେମ କରି ଗିରଫ ହେଲେ ପ୍ରେମିକ

୧୪ଜଣଙ୍କୁ ପ୍ରେମ କରି ଗିରଫ ହେଲେ ପ୍ରେମିକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ଏକାଧିକ ମହିଳାଙ୍କ ସହ ବିବାହ କରିବା ପଡିଲା ମହଙ୍ଗା । ପ୍ରେମ ଦିବସରେ ଗିରଫ ହେଲା ଅଭିଯୁକ୍ତ ରମେଶ ସ୍ୱାଇଁ ।୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି । କମିଶନରେଟ ପୋଲିସ୍ ଏ ନେଇ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଦେଶର ବିଭିନ୍ନ ରାଜ୍ୟରେ ୧୪ଜଣଙ୍କୁ ଚକମା ଦେଇ ସେ ବିବାହ କରିଥିଲେ । କୋଲାକାତା , ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ , ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିଲେ।ଅଭିଯୁକ୍ତ ଜଣକ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍,ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ ମ୍ୟାଟ୍ରିମୋନିଆଲ ସାଇଡରେ ବିଭିନ୍ନ ପରିଚୟରେ ତାଙ୍କର ବାୟୋଡ଼ାଟା ପୋଷ୍ଟ କରୁଥିଲେ | ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ନିଜର ଲାଭ ପାଇଁ ସେମାନଙ୍କର ପଇସା ହଡପ କରିବା। ଅଭିଯୁକ୍ତ ଜଣକ କେନ୍ଦ୍ରାପଡା କଲେଜରୁ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରୀ ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୁଲିସ ଜେରା ବେଳେ ସ୍ଵୀକାର କରିଛନ୍ତି ।ସେ ୧୯୮୨ ମସିହାରୁ ୨୦୦୨ ମସିହା ମଧ୍ୟରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ। ତାପରେ ୨୦୦୨ ମସିହାରୁ ୨୦୨୦ ମସିହା ମଧ୍ୟରେ ସେ ଆହୁରି ୧୨ ଜଣ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କଠାରୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଠକି ନେଇଯାଇଥିଲେ। ସେ ପଞ୍ଜାବର ସେଣ୍ଟ୍ରାଲ ଆର୍ମି ପୋଲିସ ଫୋର୍ସ ର ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ନେଇଥିଲେ ଏବଂ ଏକ ଗୁରୁଦ୍ୱାର ନାମରେ ମେଡିକାଲ କଲେଜ ଗଠନ ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ୱାରଠାରୁ ୧୧ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ। ଏଭଳି ଏକାଧିକ ଅଭିଯୋଗ ରହିଛି ତାଙ୍କ ନାମରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: