ଭାଗ୍ୟ ବଦଳେଇ ଦେଲା ଅନଲାଇନ୍ ଫ୍ରିଜ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାଗ୍ୟ କେତେବେଳେ କାହାକୁ କୋଟି ପତିତ ପୁଣି କେତେବେଳେ ଭିକାରୀ କରିଦିଏ । ବେଳେ ବେଳେ ବହୁ ପରିଶ୍ରମ ପରେ ଟଙ୍କାଟେ ରୋଜଗାର କରି ପାରନ୍ତି ନାହିଁ, ପୁଣି କେତେବେଳେ ବିନା ପରିଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ମିଳିଯାଏ। ତେବେ ଉତ୍ତର କୋରିଆର ଜଣେ ବ୍ୟକ୍ତି ଭାଗ୍ୟ ଅନଲାଇନରେ ଫ୍ରିଜ୍ ବଦଳାଇ ଦେଇଛି। କେମିତି ଜାଣନ୍ତୁ… ବ୍ୟକ୍ତି ଜଣକ ପ୍ରଥମେ ଫ୍ରିଜଟି ପସନ୍ଦ କରିଥିଲେ ପରେ ତାକୁ କିଣିବାକୁ ବରାଦ ଦେଇଥିଲେ। ରେଫ୍ରିଜେରେଟର କିଛି ଦିନ ପରେ ତାଙ୍କ ଘରେ ଆସି ପହଞ୍ଚିଥିଲା। ହେଲେ ତାକୁ ଖୋଲିି ଦେଖିବାପରେ ତାଙ୍କ ହୋସ ଉଡ଼ି ଯାଇଥିଲା। ଘଟଣାଟି ଉତ୍ତର କୋରିଆର ଜେଜୁ ଦ୍ୱୀପର ବୋଲି ଜଣାପଡିଛି।
ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଜେଜୁ ଦ୍ୱୀପର ଏହି ବାସିନ୍ଦା ଜଣକ ଅନ୍‍ ଲାଇନରେ ଫ୍ରିଜ କିଣିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ଇକମର୍ସ କମ୍ପାନୀର କର୍ମଚାରୀ ତାଙ୍କ ଘରେ ଫ୍ରିଜ୍ ଆଣି ପହଞ୍ଚାଇଥିଲେ ମଧ୍ୟ। ବ୍ୟକ୍ତିଜଣକ ଫ୍ରିଜ୍ ସଫା କରିବାକୁ ଖୋଲିବା ସମୟରେ ତାହାର ତଳ ଥାକରେ ବିପୁଳ ପରିମାଣରେ ନୋଟ ରଖାଯାଇଥିବା ଦେଖିବାକୁ ପାଇଥିଲେ। ସେ ନୋଟତକ ଗଣିବା ପରେ ତାହା ୧,୩୦,୦୦ ଡଲାର ଅର୍ଥାତ୍ ୯୬ ଲକ୍ଷ ଟଙ୍କା ବୋଲି ଜଣାପଡିଥିଲା। ତେବେ ଏଥିରେ ବ୍ୟକ୍ତିଜଣକ ଖୁସି ହେବା ପରିବର୍ତ୍ତେ ବିଚଳିତ ହୋଇପଡିଲେ। ତୁରନ୍ତ ସେ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ଫ୍ରିଜ୍ ବିକ୍ରି କରିଥିବା କମ୍ପାନୀକୁ ଖୋଜିବା ଆରମ୍ଭ କରିଥିଲା।
ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଉକ୍ତ ନୋଟର ମାଲିକ ଯଦି ଠାବ ହୋଇନପାରନ୍ତି, ତେବେ ଉତ୍ତର କୋରିଆ ଆଇନ ଅନୁଯାୟୀ ଫ୍ରିଜ୍ କିଣିଥିବା ବ୍ୟକ୍ତି ଟଙ୍କାର ମାଲିକ ହେବେ। ୨୨% ଟିକସ କାଟି ରଖାଯିବା ପରେ ନୋଟତକ ତାଙ୍କୁ ଫେରାଇ ଦିଆଯିବ। ଯଦି ନୋଟର ମାଲିକ ମିଳିଗଲେ ତେବେ ମଧ୍ୟ ଫ୍ରିଜ୍ କିଣିଥିବା ବ୍ୟକ୍ତିଙ୍କୁ ପୁରସ୍କାର ଆକାରରେ କିଛି ଅର୍ଥ ପ୍ରଦାନ କରାଯିବ। ଯଦି ସେହି ଅର୍ଥ ସହିତ କିଛି ଅପରାଧିକ କାରବାର ସଂପୃକ୍ତ ଥାଏ ତେବେ କେହି ସେହି ଅର୍ଥ ପାଇବେ ନାହିଁ। ତେବେ ୨୦୧୬ରେ କୋରିଆ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ଦେଶରେ ବ୍ୟାଙ୍କଗୁଡିକ କମ୍‍ ସୁଧ ଦେଉଥିବାରୁ ଲୋକମାନେ ନିଜ ଘରେ ଥିବା ଫ୍ରିଜ୍ ତଳ ଥାକରେ ଅର୍ଥ ଲୁଚାଇ ରଖୁଛନ୍ତ୍ରି। ତେଣୁ ଏହା ସେହି ଘଟଣା ଭଳି ଅନୁଭବ ହେଉଛି।

Leave a Reply

Your email address will not be published. Required fields are marked *