୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୫୨ ପଜିଟିଭ୍‌

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୫୨ ପଜିଟିଭ୍‌

ପ୍ରିଜିମ ନ୍ୟୁଜ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୮୧ ଜଣ ପିଲା ଅଛନ୍ତି। ୪୯୫ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୫୭ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩ ଥିବା ବେଳେ ଅନୁଗୋଳରୁ ୧୬, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧୧, ଭଦ୍ରକରୁ ୧୬, ବଲାଙ୍ଗୀରରୁ ୭, ବୌଦ୍ଧରରୁ ୧୨, କଟକରୁ ୬୪, ଦେବଗଡ଼ରୁ ୧୭, ଢେଙ୍କାନାଳରୁ ୧୭, ଗଜପତିରୁ ୩୩, ଗଞ୍ଜାମରୁ ୯, ଜଗତସିଂହପୁରରୁ ୨୮, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୧୫, କୋରାପୁଟରୁ ୯୦, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୨୫, ପୁରୀରୁ ୧୧, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୩୯, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୯ ଏବଂ ଷ୍ଟେଟ ପୁଲ୍‌ରୁ ୨୫ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: