ଗୋବର ପାଇଁ ମହାଭାରତ, ୮୦୦ କିଲୋ ଗାଈ ଗୋବର ଚୋରି ପରେ ଥାନାରେ ମାମଲା ରୁଜୁ

ଗୋବର ପାଇଁ ମହାଭାରତ, ୮୦୦ କିଲୋ ଗାଈ ଗୋବର ଚୋରି ପରେ ଥାନାରେ ମାମଲା ରୁଜୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୋବର ଚୋରି ବିଷୟରେ ଗାଁରେ ଅଳ୍ପ ବହୁତୁ ଶୁଣିଥିବେ କିନ୍ତୁ ଏଥି ପାଇଁ କେହି ଥାନାରେ ଅଭିଯୋଗ କରିବାର କଥା ଶୁଣିଛନ୍ତି ବା ଦେଖିଛନ୍ତି କି? ଆପଣ ଭାବୁଥିବେ ଏହା କେମିତି କଥା ସାମାନ୍ୟ ଗୋବର ଚୋରି ପାଇଁ ଥାନାକୁ କିଏ କାହିଁ ଯିବ! ଆପଣ ହୁଏତ ଏଭଳି କଥା କେବେ ଶୁଣି ନଥିବେ। କିନ୍ତୁ ଏମିତି ଗୋଟିଏ ସତ ଘଟଣା ଛତିଶଗଡ କୋରାବା ଜିଲ୍ଲାରେ ଘଟିଛି। ଏଠାରେ ଗାଈ ଗୋବର ଚୋରି ହୋଇଯିବାରୁ ଥାନାରେ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ଗତ ଜୁନ୍‌ ୮-୯ ତାରିଖ ମଧ୍ୟ ରାତ୍ରରେ ଦିପକା ଥାନା ଅନ୍ତର୍ଗତ ଧୁରେନା ଗାଁରେ ୮୦୦ କିଲୋ ଗାଈ ଗୋବର ଚୋରି ହୋଇଯାଇ ଥିବାର ଅଭିଯୋଗ ହୋଇଛି। ଯାହାର ଦାମ୍‌ ୧,୬୦୦ ଟଙ୍କା। ଜୁନ୍ ୧୫ରେ ଘଟଣା ସମ୍ପର୍କରେ ଗାଁର ଗୋଥନ ସମିତର ସଭାପତି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଥାନା ଅଧିକାରୀ ହରିଶ୍ ତାଣ୍ଡେ କର କହିଛନ୍ତି ଯେ ଅଜଣା ଲୋକ ନାମରେ ଏଫଆଇଆର ପଞ୍ଜିକରଣ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ସୂଚନାଥାଉ କି, ଛତିଶଗଡ଼ ସରକାର ଜୈବିକ ଖତ ଉତ୍ପାଦନ ପାଇଁ ଗୋଧନ ନ୍ୟାୟ ଯୋଜନା (Godhan Nyay Yojna) ଆରମ୍ଭ କରିଛନ୍ତି। ୨୦୨୦ ଜୁନ୍‌ ମାସରୁ ଛତିଶଗଡ଼ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ, ସରକାର ପଶୁପାଳକଙ୍କ ଠାରୁ ଗାଈ ଗୋବର ପ୍ରତି କିଲୋ ପିଛା ୨ ଟଙ୍କା ହିସାବରେ କିଣିଥାନ୍ତି। ଫଳରେ ପଶୁପାଳକମାନେ ଗାଈ ଗୋବର ବିକ୍ରି କରି ଭକ ଲାଭବାନ ହୋଇଥାନ୍ତି। ଗାଈ ଗୋବର ଅଦରକାରୀ ହୋଇ ପଡୁ ନାହିଁ।ଯେଉଁଥିପାଇଁ ଛତିଶଗଡ଼ରେ ଆଜିକାଲି ଗାଈ ଗୋବର ଚୋରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟା ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହାସହ ଲୋକମାନେ ଏହି ମାମଲାର ପରବର୍ତ୍ତୀ ସ୍ଥିତି କଣ ହେବ ତାହା ଜାଣିବାକୁ ଆଗ୍ରହୀ ଥିବାର ସୋସିଆଲ ମିଡିଆରୁ ଦେଖିବାକୁ ମିଳିଛି। ତେବେ ଏହା ପୂର୍ବରୁ ଗୋଟିଏ ଘଟଣା ସମ୍ନାକୁ ଆସିଥିଲା ଯେଉଁଠି ଜଣେ ବ୍ୟକ୍ତି ନିଜ କୁକୁଡ଼ା ଚୋରି ନେଇ ଅଭିଯୋଗ ଲେଖେଇ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: