୭ ଯବାନଙ୍କ ମୃତ ଦେହ ଉଦ୍ଧାର

୭ ଯବାନଙ୍କ ମୃତ ଦେହ ଉଦ୍ଧାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅରୁଣାଚଳର କାମେଙ୍ଗ ସେକ୍ଟରରେ ନିଖୋଜ ୭ ଯବାନଙ୍କ ମୃତ ଦେହ ମଙ୍ଗଳବାର ମିଳିଛି । ଏ ନେଇ ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପ୍ୟାଟ୍ରେଲିଂ କରୁଥିବା ବେଳେ ସେମାନଙ୍କ ଉପରେ ବରଫ ଅତଡା ଖସି ପଡିଥିଲା । ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏକ ସ୍ୱତନ୍ତ୍ର ଟିମ ଯାଇ ସେମାନଙ୍କୁ ଖୋଜା ଯାଇଥିଲା । ମାତ୍ର କାହାକୁ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା । କ୍ରମାଗତ ତୁଷାରପାତ ଯୋଗୁ ଏବେ ଏହି ଅଂଚଳରେ ଯବାନଙ୍କ ପାଇଁ ଡ୍ୟୁଟି କରିବା କଷ୍ଟକର ହୋଇ ପଡିଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ସତ୍ୱେ ବାରମ୍ବାର ଏ ଭଳି ଅଘଟଣା ଘଟୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: