ପୌର ନିର୍ବାଚନ: ୬୫ ପ୍ରତିଶତ ମତଦାନ

ପୌର ନିର୍ବାଚନ: ୬୫ ପ୍ରତିଶତ ମତଦାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ମକ୍ ପୋଲ୍ ସରିବା ପରେ ମତଦାନ ଆରମ୍ଭ ହୋଇଛି। ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍ ହେଉଛି । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ହେବ ।ପ୍ରାୟ ୩ ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି । ଆଜି ଏହି ମତଦାନ ପ୍ରକ୍ରିୟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ନେଇ, ୫ଟି ସଚିବ ଭି. କେ ପାଣ୍ଡିୟାନ, ବିଭିନ୍ନ ଦଳର ନେତା, ମୁଖପାତ୍ର , କଳାକାର ଓ ସର୍ବୋପରି ଜନସାଧାରଣ ଭୋଟ ଦେଇଛନ୍ତି। କେତେକ ସ୍ଥାନରେ ଇଭିଏମ ମେସିନ ଖରାପ, ଠିକ୍ ଭାବରେ ନାଁ ନଥିବା ବେଳେ ରାଜନୈତିକ ହିଂସା ମଧ୍ଯ ଦେଖିବାକୁ ମିଳିଛି। ଏଥର ନୂଆ କରି ପିଙ୍କ ଓ ମଡେଲ ବୁଥ୍ ର ବ୍ୟବସ୍ଥା ମଧ୍ଯ ହୋଇଥିଲା। ରାଜଧାନୀର ୨ଟି ପିଙ୍କ ଓ ୫ଟି ମଡେଲ ବୁଥ୍ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ଯ ଏହି ବ୍ଯବସ୍ଥା ହୋଇଥିଲା। ଶେଷ ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: