ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିହତ,ଜଣେ ଯବାନ ଆହତ

ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିହତ,ଜଣେ ଯବାନ ଆହତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସୁରକ୍ଷାକୁ ମିଳିଛି ବଡ ସଫଳତା। ବିଜାପୁର ଓ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ସୁଧାକର ନିହତ ହୋଇଥିବା ସ୍ପଷ୍ଟ ହୋଇଛି । ମାଓ ଆକ୍ରମଣରେ ଜଣେ ଗ୍ରେହାଣ୍ଡ ଯବାନ ଗୁରୁତର ଅବସ୍ଥାରେ ଏୟାରଲିପ୍ଟ ହୋଇ ଚିକିତ୍ସିତ ହୋଇଛନ୍ତି । ଗ୍ରେହାଉଣ୍ଡ, ଡ଼ିଆରଜି ଓ ସିଆରପିଏଫର ଯବାନମାନେ ସୂଚନା ପାଇ ମିଳିତ ଭାବେ ବିଜାପୁର ଓ ସୁକୁମା ଅଞ୍ଚଳରେ ଅପରେସନ କରିଥିଲେ । ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: