ଉଦୟପୁର ହତ୍ୟା ଘଟଣା: ବଦଳିଲେ ୩୨ ପୋଲିସ ଅଧିକାରୀ

ଉଦୟପୁର ହତ୍ୟା ଘଟଣା: ବଦଳିଲେ ୩୨ ପୋଲିସ ଅଧିକାରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜସ୍ଥାନ ଉଦୟପୁର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଘଟଣା ନେଇ ସ୍ଥାନୀୟ ଇନ୍ସପେକ୍ଟର୍‌ ଜେନେରାଲ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।ସୂଚନାଯୋଗ୍ୟ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀରେ ଥିବା ବିଜେପି ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ କହ୍ନେୟାଲାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ କହ୍ନେୟାଲାଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇ ନଥିଲା। ଏବଂ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟାକରିଥିଲେ।ଫଳରେ ଉଦୟପୁର ପୋଲିସକୁ ତୀବ୍ର ସମାଲୋଚନା କରାଯାଇଥିଲା।

ଏହାକୁ ନେଇ ରାଜସ୍ଥାନ ସରକାର କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ରାଜ୍ୟ ସରକାର ଉଦୟପୁର ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଦୟପୁରର ଇନ୍ସପେକ୍ଟର୍‌ ଜେନେରାଲ ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର କହ୍ନେୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ରିଆଜ୍‌ ଅଖତାରୀ ଏବଂ କୋସ୍‌ ମହମ୍ମଦଙ୍କୁ ଗିରଫ କରାଯାଇଛି। ଏପରିକି ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: