ଶପଥ ନେଲେ ନୀତିଶଙ୍କ ନୂଆ ଟିମ୍ ର ୩୧ ମନ୍ତ୍ରୀ, ଖୁବ୍ ଶୀଘ୍ର ମିଳିବ ବିଭାଗ

ଶପଥ ନେଲେ ନୀତିଶଙ୍କ ନୂଆ ଟିମ୍ ର ୩୧ ମନ୍ତ୍ରୀ, ଖୁବ୍ ଶୀଘ୍ର ମିଳିବ ବିଭାଗ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମ୍ପ୍ରସାରିତ ହେଲା ବିହାରର ନୂଆ ମନ୍ତ୍ରୀମଣ୍ଡଳ। ଆଜି ରାଜ ଭବନରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ରାଜ୍ୟାପଳ ଫାଗୁ ଚୌହାନ ୩୧ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଏଥିରେ ଆରଜେଡିର ୧୬ ସର୍ବାଧିକ ମନ୍ତ୍ରୀ, ଜେଡିୟୁର ୧୧, କଂଗ୍ରେସର ୨ ଏବଂ ହମ୍ ରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି।

ସୂଚନା ଯୋଗ୍ୟ ଯେ, ନୀତୀଶ କୁମାର ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ମହାମେଣ୍ଟ ସହ ମିଶି ରାଜ୍ୟରେ ପୁଣି ସରକାର ଗଠନ କରିବା ସହ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମହାମେଣ୍ଟରେ ମୋଟ ୭ଟି ଦଳ ସାମିଲ ଅଛନ୍ତି। ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀମଣ୍ଡଳ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଖୁବ୍ ଶୀଘ୍ର ବିଭାଗ ବଣ୍ଟନ ହେବ। ମୁଁ ଆଜି ପୁଣି ଥରେ ପୁରା କ୍ୟାବିନେଟକୁ ନେଇ ବୈଠକ କରିବି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: