ଜୁଲାଇ ୧୬ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଉତ୍ସବ ଆୟୋଜିତ ହେବ ‘ଭାରତ ରଙ୍ଗ ମହୋତ୍ସବ, ୨୦୨୨’

ଜୁଲାଇ ୧୬ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଉତ୍ସବ ଆୟୋଜିତ ହେବ ‘ଭାରତ ରଙ୍ଗ ମହୋତ୍ସବ, ୨୦୨୨’

ଭୁବନେଶ୍ୱର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମ୍ରିତ ମହୋତ୍ସବ ଭାବେ ପାଳନ କରୁଛି । ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମ୍ରିତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମ୍ରିତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି ।   

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ । କମାନି ଅଡିଟୋରିୟମ, ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ । ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।   

 

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ । ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ । ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ । 

ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ । ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ହେବ ।     

0 Comments

Leave Your Comment

Your email address will not be published. Required fields are marked *

%d bloggers like this: