ବସ୍ ଦୁର୍ଘଟଣାରେ ୨୨ ମୃତ

ବସ୍ ଦୁର୍ଘଟଣାରେ ୨୨ ମୃତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍‌ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍‌ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି। ଏହି ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି।

ସମସ୍ତ ଯାତ୍ରୀ ମଧ୍ୟ ପ୍ରଦେଶର ବୋଲି ସୂଚନା ମିଳିଛି।ସୂଚନାଯୋଗ୍ୟ, ଯମୁନୋତ୍ରୀ ବୁଲିବା ପାଇଁ ବସ୍‌ରେ ଯାତ୍ରୀମାନେ ଯାଉଥିଲେ। ଯମୁନୋତ୍ରୀ ନ୍ୟାଶନାଲ୍‌ ହାଇଓ୍ବେର ଡାମଟା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୨୦୦ ମିଟର ଗଭୀର ଏକ ଖାଲକୁ ଖସିପଡିଥିଲା। ସୂଚନା ପାଇ ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ କର୍ମଚାରୀ ପହଞ୍ଚି ଉଦ୍ଧା କାର୍ଯ୍ୟ ଜାରି ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: