୨ଜଣଙ୍କୁ ଗର୍ଭବତୀ କଲେ କିନ୍ନର

୨ଜଣଙ୍କୁ ଗର୍ଭବତୀ କଲେ କିନ୍ନର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜେଲରେ ଭିତରେ କେମିତି ଜଣେ କିନ୍ନରଙ୍କ ସହ ଶାରିରୀକ ସମ୍ପର୍କ ରଖି ୨ ଜଣ କଏଦୀ ଗର୍ଭବତୀ ହେଲେ ବୋଲି ଆପଣମାନେ ଭାବୁଥିବେ। କିନ୍ତୁ ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରେ ଘଟିଛି।ନ୍ୟୁ ଜର୍ସିର ଇଡନା ମାହନ କରେକସନାଲ ଫ୍ୟାସିଲିଟୀ ଅର୍ଥାତ ଜେଲ୍‌ରେ ୨ ଜଣ କଏଦୀ ଗର୍ଭବତୀ ହୋଇଛନ୍ତି। ଏହି ଦୁଇ ମହିଳା ଜେଲରେ ଥାଇ ମଧ୍ୟ ନିଜ ଇଚ୍ଛାରେ ଜଣେ କିନ୍ନର କଏଦୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ଉଭୟ ଗର୍ଭବତୀ ହେବା ପରେ ପୂରା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।ଏନଜେ.କମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ୨ ଜଣ କଏଦୀ ଗର୍ଭବତୀ ହେବା ଖବରକୁ ନ୍ୟୁ ଜର୍ସିର କରକେସନ୍ସ ବିଭାଗର ବୈଦେଶିକ ବ୍ୟାପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାନ ସ୍ପେରଜା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଦୁଇ ମହିଳା କଏଦୀ ନିଜ ଇଚ୍ଛାରେ ଜେଲରେ ଥିବା ଆଉ ଜଣେ ବନ୍ଦୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେମାନେ ଗର୍ଭବତୀ ହୋଇଛନ୍ତି।”ସ୍ପେରଜା କଏଦୀଙ୍କ ପରିଚୟ ସାର୍ବଜନୀନ କରିନାହାନ୍ତି। କିନ୍ତୁ ଘଟଣା କେଉଁ ପରିସ୍ଥିତିରେ ଘଟିଛି, ତା’ର ତଦନ୍ତ କରାଯାଉଛି କହିଛନ୍ତି। ନ୍ୟୁ ଜର୍ସିରେ ଏହି ଜେଲରେ କେବଳ ମହିଳା କଏଦୀମାନେ ହିଁ ରୁହନ୍ତି। ବର୍ତ୍ତମାନ ଏହି ଜେଲରେ ୮୦୦ ମହିଳା କଏଦୀଙ୍କ ବ୍ୟତୀତ ୨୭ ଜଣ କିନ୍ନର ବନ୍ଦୀ ଭାବେ ରହିଛନ୍ତି।ଏହି ୨୭ ଜଣ କିନ୍ନରଙ୍କ ମଧ୍ୟରୁ ଜଣେ କଏଦୀ ସେଠାରେ ରହୁଥିବା ୨ ଜଣ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ଜଣେ ୫ ମାସର ଗର୍ଭବତୀ ଥିବା ବେଳେ ଆଉ ଜଣେ ୩ ମାସର ଗର୍ଭବତୀ ରହିଥିବା ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: