ରାଜ୍ୟରେ ପୁଣି ଚିହ୍ନଟ ହେଲେ ୨ ଓମିକ୍ରନ୍ ସଂକ୍ରମିତ, ରୋଗୀ ସଂଖ୍ୟା ୪କୁ ବୃଦ୍ଧି

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୨ ଓମିକ୍ରନ୍ ସଂକ୍ରମିତ, ରୋଗୀ ସଂଖ୍ୟା ୪କୁ ବୃଦ୍ଧି

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜ୍ୟରେ ଚିହ୍ନଟ ହେଲେ ଆଉ ଦୁଇ ଓମିକ୍ରନ୍ ସଂକ୍ରମିତ । ଆଜି ରାଜ୍ୟରେ ଆଉ ଦୁଇ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିବା ଜଣାପଡିଛି । ଏହି ଦୁଇଜଣ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସଂକ୍ରମିତ ଦୁଇଜଣ ଭୁବନେଶ୍ଵରର ବୋଲି ଜଣାପଡିଛି। ଉଭୟ କିଛି ଦିନ ତଳେ ନାଇଜେରଆରୁ ଫେରିଥିଲେ। ନାଇଜେରିଆ ଫେରନ୍ତା ଏହି ୨ ଜଣ ଓମିକ୍ରନ ସଂକ୍ରମିତ ନାବାଳିକା ବୋଲି ଜଣା ପଡ଼ିଛି। ଜଣକ ବୟସ ୧୧ ବର୍ଷ ହୋଇଥିବା ବେଳେ ଆଉ ଜଣକୁ ୧୫ ବର୍ଷ। ଉଭୟ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ସବୁ ସଦସ୍ୟଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍‌ ଆସିଛି। ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।ସେହିପରି ଦେଶରେ ଆଜି ସୁଦ୍ଧା ୧୬ଟି ରାଜ୍ୟରେ ୨୭୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: