ହସ୍ପିଟାଲ ନିଆଁରେ ଜଳିଗଲେ ୧୧ ନିରୀହ ଶିଶୁ

ହସ୍ପିଟାଲ ନିଆଁରେ ଜଳିଗଲେ ୧୧ ନିରୀହ ଶିଶୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୧ ଜଣ ନବଜାତ ଶିଶୁ ଜୀଅନ୍ତା ଦଗ୍ଧ ହୋଇଥିବା ଜଣା ପଡିଛି। ଏନେଇ ସେନେଗେଲ ରାଷ୍ଟ୍ରପତି ମେକି ସେଲ୍ ଟୁଇଟ କରି ସୂଚନା ଦେଇଛନ୍ତି । ବୁଧବାର ମଧ୍ୟ ରାତ୍ରୀରେ ସେନେଗେଲର ତିଓ୍ୱାଉନେରେ ମାମେ ଅବ୍ଦୋ ଅସିସ୍ ସି ଦବାଖ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଯେଉଁଥିରେ ୧୧ ଜଣ ନବ ଜାତକ ଶିଶୁ ଜଳି ଯାଇ ମୃତ୍ୟୁ ହୋଇଛି । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ରାଷ୍ଟ୍ରପତି ମୃତକ ଶିଶୁଙ୍କ ମା’ ଓ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିବା କୁହାଯାଉଛି । ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ବାବଦରେ ତଦନ୍ତ ଆରମ୍ଭ କରିଛି । ଗତବର୍ଷ ମଧ୍ୟ ଏଠାକାର ଏକ ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁଙ୍କ ପ୍ରାଣ ହାନି ହୋଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: