ବାୟୁ ପ୍ରଦୂଷଣ କରୁଛି ଅଳ୍ପାୟୁ,୧୫ ବର୍ଷ ହ୍ରାସ ହେଉଛି ମଣିଷ ଜୀବନ

ବାୟୁ ପ୍ରଦୂଷଣ କରୁଛି ଅଳ୍ପାୟୁ,୧୫ ବର୍ଷ ହ୍ରାସ ହେଉଛି ମଣିଷ ଜୀବନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବାୟୁ ପ୍ରଦୂଷଣ କରୁଛି ଅଳ୍ପାୟୁ।ବାୟୁ ପ୍ରଦୂଷଣ ଯୋଗୁ ୧୫ ବର୍ଷ ହ୍ରାସ ହେଉଛି ମଣିଷ ଜୀବନ।ବାୟୁ ପ୍ରଦୂଷଣ ଯୋଗୁ ୧୫ ଲକ୍ଷ ଲୋକଙ୍କ ଆୟୁଷ ହ୍ରାସ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣା ପଡିଛି। ଅଧ୍ୟୟନରୁ ପ୍ରକାଶିତ ରିପୋର୍ଟରୁ ଜଣା ପଡିଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ର ଅନୁମାନରୁ ବି ଅଧିକ କ୍ଷତି କରୁଛି ପ୍ରଦୂଷଣ ବ୍ୟାପୁଥିବା ପିଏମ୨.୫ କଣିକା। ହୁ ଆକଳନ କରିଥିଲା ଯେ ୪୨ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ପାଇଁ ଜୀବନ ହରୁଛନ୍ତି, କିନ୍ତୁ ଏବେ ରିପୋର୍ଟରୁ ଜଣା ପଡ଼ିଛି ଯେ, ବାୟୁ ପ୍ରଦୂଷଣ ଯୋଗୁ ବାର୍ଷିକ ୫୭ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି।

ଗବେଷଣାରୁ ଜଣାପଡିଛି ଯେ ବାୟୁରେ ପିଏମ ୨.୫ ଧୂଳି କଣିକା କମ ସ୍ତରରେ ରହୁଥିଲେ ବି ବଡ଼ କ୍ଷତି ଘଟାଉଛି। ଏହି କଣିକା ହୃଦ ରୋଗ, କର୍କଟ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଆଦି ସମସ୍ୟା ସୃଷ୍ଟି କରୁଛି। କାନାଡର ମ୍ୟାକ୍‌ଜିଲ ୟୁନିଭର୍ସିଟି ପ୍ରଫେସରଙ୍କ ଦ୍ଵାରା କରାଯାଇଥିବା ଏହି ଅଧ୍ୟୟନ ଅନୁସାରେ ବାୟୁରେ ହାଲୁକା କଣିକା ଯୋଗୁ ଯେତିକି କ୍ଷତିର ଆକଳନ କରାଯାଉଥିଲା ଏହା ତାହାଠାରୁ ଅନେକଗୁଣା ଅଧିକ କ୍ଷତିର କାରଣ ହେଉଥିବା ଜଣା ପଡିଛି। ଅଧ୍ୟୟନ ଅନୁସାରେ ପିଏମ ୨.୫ କଣିକାର ସ୍ତର ଡବ୍ଲୁଏଚଓଙ୍କ ଟାର୍ଗେଟ ଠାରୁ ମଧ୍ୟ କମ୍ ହେବା ଆବଶ୍ୟକ। ୨୦୨୧ ମସିହାର ଡବ୍ଲୁଏଚଓ ପିଏମ୨.୫ କଣିକାକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟରରୁ କମ କରି ୫ ମାଇକ୍ରୋଗ୍ରାମ କରିଥିଲେ। ଏହାକୁ ଆହୁରି କମ୍ କରାଯିବା ଦରକାର ବୋଲି ଗବେଷକମାନେ କହିଛନ୍ତି। ଭାରତର ରାଜଧାନୀ ଦିଲ୍ଲୀରେ ପିଏମ୨.୫ର ସ୍ତର ଏବେ ୩୦୦ରୁ ୪୦୦ ମଧ୍ୟରେ ରହୁଛି।

ସୂଚନା ଯୋଗ୍ୟ ଯେ, ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଶୂନ୍ୟରୁ ୫୦ ମଧ୍ୟରେ ରହିଲେ ଭଲ, ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ ଓ ୨୦୧ରୁ ୩୦୦ ଖରାପ ତଥା ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରା ଏବଂ ୪୦୧ରୁ ୫୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଏକ୍ୟୁଆଇ ବିଚାର କରାଯାଏ। ଏଥିରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଅନୁସାରେ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ବିହାରର କଟିହାର ୧ ନମ୍ବର ସ୍ଥାନରେ ରହିଛି। ତା ପଛକୁ ରହିଛି ରାଜଧାନୀ ଦିଲ୍ଲୀ, ଯେଉଁଠି ଏକ୍ୟୁଆଇ ପ୍ରାୟତଃ ୩୦୦ରୁ ୪୦୦ ମଧ୍ୟରେ ରହୁଛି। ତେବେ ଏହି ବାୟୁ ପ୍ରଦୂଷଣ ମଣିଷକୁ ଅଳ୍ପ ଆୟୁ କରିବା ସହ ପୁରୁଷଙ୍କ ଶୁକ୍ରାଣୁ ନଷ୍ଟ କରିବା ସହ ନପୁସଙ୍କ କରୁଥିବା ମଧ୍ୟ ଜଣା ପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: