ସ୍ୱାଦ ସହିତ ପୋଷକ ତତ୍ୱରେ ପରିପୂର୍ଣ୍ଣ ସୋୟାବିନ୍ ଚିଲି,  ଏମିତି ପ୍ରସ୍ତୁତ କରନ୍ତୁ ଚଟାପଟ୍ …

ସ୍ୱାଦ ସହିତ ପୋଷକ ତତ୍ୱରେ ପରିପୂର୍ଣ୍ଣ ସୋୟାବିନ୍ ଚିଲି, ଏମିତି ପ୍ରସ୍ତୁତ କରନ୍ତୁ ଚଟାପଟ୍ …

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋୟାବିନ୍ ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏଥିରେ ଥିବା ପୋଷକ ତତ୍ତ୍ୱ ଦେହ ପାଇଁ ସେତିକି ହିତକର। ସଠିକ୍ ପରିମାଣର ପ୍ରୋଟିନ୍ ଏବଂ ଏଥିରେ ଥିବା ଅନ୍ୟ ପୋଷକ ତତ୍ତ୍ୱ ଯୋଗୁଁ ଏହା ଉତ୍ତମ ଶାରୀରିକ ବିକାଶରେ ସାହାଯ୍ୟ କରିଥାଏ। ଆମ ଓଡ଼ିଆ ଘରେ ଏହାକୁ ଚିକେନର ବିକଳ୍ପ ଭାବେ ବିବେଚନା କରାଯାଏ। ଏହାକୁ ଭେଜ୍ ଚିକେନ କୁହନ୍ତି କେହି କେହି। ତେବେ ସୋୟାବିନ୍ ରେ ପ୍ରସ୍ତୁତ ବିଭିନ୍ନ ଆଇଟମ ଅପେକ୍ଷା ଚିଲି ଅଧିକ ସ୍ଵାଦିଷ୍ଟ ହୋଇଥାଏ। ତେବେ ବର୍ଷା ଋତୁରେ ବାହାରୁ ମଗେଇ କୌଣସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। କିନ୍ତୁ ଆମେ ଆପଣଙ୍କୁ ସହଜରେ କିଛି ମିନିଟ ଭିତରେ ଘରେ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ସୋୟା ଚିଲି କିପରି ତିଆରି କରି ପାରିବେ, ସେ ବିଷୟରେ ଜଣାଉଛୁ… ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ …

ଆବଶ୍ୟକ ସାମଗ୍ରୀ:

  • ସୋୟାବିନ୍ ନଗେଟ୍ – ୧୦୦ ଗ୍ରାମ
  • ଅଦାରସୁଣ ପେଷ୍ଟ – ୧/୨ବଡଚାମଚ
  • ତେଲ – ୨ ବଡ ଚାମଚ
  • ଗ୍ରୀନ ଓନୀୟନ – ୧ କପ୍ (ଛୋଟ ଛୋଟ କଟା)
  •  ସିମଳା ଲଙ୍କା – ୨ କପ୍ (ଛୋଟ ଛୋଟ କଟା)
  • କଞ୍ଚା ଲଙ୍କା-୨ ଟା ଛୋଟ କଟା
  • ସୋୟା ସସ୍ – ୨ ଚାମଚ
  •  ଭିନେଗାର – ୨ ଚାମଚ
  • ଲୁଣ – ସ୍ୱାଦ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:-

 ସର୍ବପ୍ରଥମେ, ଏକ ପାତ୍ରରେ ପାଣି ଦେଇ ସୋୟାବିନ୍ ନାଗେଟକୁ ୧୫ ରୁ ୨୦ ମିନିଟ୍ ପାଇଁ ଭିଜାନ୍ତୁ। ଏବେ ଏହାକୁ ପାଣିରୁ ବାହାର କରି ଚିପି ଦିଅନ୍ତୁ। ଏକ ପାତ୍ରରେ ସୋୟାବିନ୍ ନାଗେଟସ୍, ଅଦାରସୁଣ ପେଷ୍ଟ ଏବଂ ୧ ଚାମଚ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଏବେ ଗୋଟିଏ ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ ଏବଂ ସିମଳା ଲଙ୍କା, ପକାଇ ଭାଜନ୍ତୁ। ଏବେ ସୋୟା ସସ୍, ଲୁଣ, ଭିନେଗାର ଏବଂ ସୋୟାବିନ ନଗେଟ ପକାଇ ତାକୁ ଭଲଭାବେ ମିଶାନ୍ତୁ। ଏହାକୁ ହାଇ ଫ୍ଲେମରେ ୨-୪ ମିନିଟ୍ ସେହିଭଳି ରାନ୍ଧିବା ପରେ ସେଥିରେ ଧନିଆ ପତ୍ର ଟମାଟୋ, ଚିଲ୍ ସସ୍ ପକାଇ ପ୍ଲେଟକୁ ବାହାର କରି ପାରସନ୍ତୁ। ଆପଣ ଏହାକୁ ଉଭୟ ଭାତ ଓ ରୁଟି ସହିତ ଖାଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: