ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ୍‌

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ୍‌

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନ୍‌ର ଆଲମଣ୍ଡା ଓ କୋରୁକୋଣ୍ଡା ଷ୍ଟେସନ୍‌ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ୍‌ (୦୭୦୧୫) ଭୁବନେଶ୍ବରରୁ ଜୁଲାଇ ୨୦ରେ ବାତିଲ ରହିବ। ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍‌ (୦୮୪୬୩) ଭୁବନେଶ୍ବରରୁ ଓ ରାୟଗଡ଼ା-ଗୁଣ୍ଟୁର ଟ୍ରେନ୍‌ (୦୭୨୪୪) ରାୟଗଡ଼ାରୁ ଜୁଲାଇ ୧୯ରେ ବାତିଲ ରହିବ।

ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଟ୍ରେନ୍‌ (୦୭୦୧୬) ସିକନ୍ଦରାବାଦରୁ, ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ୍‌ (୦୨୮୨୨) ଚେନ୍ନାଇରୁ, ଭାସ୍କୋ-ହାଓଡା ଟ୍ରେନ୍‌(୦୮୦୪୮) ଭାସ୍କୋରୁ, ଗୁଣ୍ଟୁର-ରାୟଗଡ଼ା ଟ୍ରେନ୍‌(୦୭୨୪୩) ଗୁଣ୍ଟୁରରୁ ଓ ହାଓଡା-ଯଶୋବନ୍ତପୁର ଟ୍ରେନ୍‌ (୦୨୮୭୩) ହାଓଡାରୁ ବାତିଲ ରହିବ। ରାମେଶ୍ବରମ୍‌-ଭୁବନେଶ୍ବର ସ୍ପେସାଲ(୦୭୨୪୩) ଓ ବେଙ୍ଗାଲୁରୁ-ଭୁବନେଶ୍ବର ପ୍ରଶାନ୍ତି ସ୍ପେସାଲ (୦୮୪୬୪) ଯଥାକ୍ରମେ ରାମେଶ୍ବରମ୍‌ ଓ ବେଙ୍ଗାଲୁରୁରୁ ଜୁଲାଇ ୧୮, ହାଓଡା-ପଣ୍ଡିଚେରୀ ସ୍ପେସାଲ ଓ ହାଓଡା-ଚେନ୍ନାଇ ସ୍ପେସାଲ(୦୨୮୨୧) ହାଓଡାରୁ ଜୁଲାଇ ୧୯ରେ ସର୍ବନିମ୍ନ ଅଧାଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: