କରୋନା ଟିକା ବଦଳରେ ହଜାର ହଜାର ଲୋକଙ୍କୁ ଲୁଣି ପାଣି ଦେଉଥିଲା ନର୍ସ, ସତ ଜଣା ପଡ଼ିବା ପରେ ଅବସ୍ଥା ଏମିତି ହେଲା

କରୋନା ଟିକା ବଦଳରେ ହଜାର ହଜାର ଲୋକଙ୍କୁ ଲୁଣି ପାଣି ଦେଉଥିଲା ନର୍ସ, ସତ ଜଣା ପଡ଼ିବା ପରେ ଅବସ୍ଥା ଏମିତି ହେଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଟିକାକୁ ନେଇ ବିଭିନ୍ନ ଦେଶରୁ ଅନେକ ପ୍ରକାର ଅଜବ ଘଟଣା ସମ୍ନାକୁ ଆସିଥାଏ। ସେମିତି ଏକ ଅଜବ ଘଟଣା ଜର୍ମାନୀରୁ ସମ୍ନାକୁ ଆସିଛି। ଏଠାକା ରେଡ କ୍ରସ୍ ହସ୍ପିଟାଲରେ ଜଣେ ନର୍ସ ହଜାର ହଜାର ଲୋକଙ୍କ ଜୀବନ ସହିତ ମିଛ ଟିକା ଦେଇ ଖେଳିଥିବାର ମାମଲା ସାମ୍ନାକୁ ଆସିଛି। ଏହି ନର୍ସ କରୋନା ଟିକାକୁ ଘୃଣା କରୁଥିଲେ । ସେଥିପାଇଁ ସେ ପ୍ରାୟ ୮ ହଜାର ୬ ଶହ ଲୋକଙ୍କୁ ଟିକା ବଦଳରେ ସାଲାଇନ୍ ସଲ୍ୟୁସନ୍ ଇଞ୍ଜେକ୍ସନ ଦେଇଥିଲେ। ଏହି ଖବର ଜଣା ପଡିବା ପରେ ଡାକ୍ତରଖାନାରୁ ଇଞ୍ଜେକ୍ସନ ନେଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଡାକ୍ତରଖାନା ପକ୍ଷରୁ ସମସ୍ତ ଲୋକଙ୍କୁ ପୁନର୍ବାର ଆସି କରୋନା ଟିକା ନେବାକୁ ଅନୁରୋଧ କରାଯାଇଛି।
ସୂଚନାନୁସାରେ, ଜର୍ମାନୀର ରେଡ କ୍ରସ୍ ହସ୍ପିଟାଲର ଜଣେ ନର୍ସ ଆରମ୍ଭରୁ କରୋନା ଟିକା ଉପରେ ବିଶ୍ୱାସ କରିନଥିଲେ। ଟିକା ବିରୋଧରେ ସେ ନିଜ ଫେସବୁକ ପେଜରେ ଅନେକ କଥା ଲେଖିଥିଲେ। ତାଙ୍କ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲାବେଳେ ହଠାତ୍ ଖବର ଆସିଲା ଯେ ଡାକ୍ତରଖାନାର ଜଣେ ନର୍ସ ଲୋକଙ୍କୁ ଟିକା ବଦଳରେ ଲୁଣ ପାଣି ଇଞ୍ଜେକ୍ସନ ଭାବେ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କୁ ପୁନର୍ବାର ଟିକା ନେବାକୁ କୁହାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ନକଲି ଇଞ୍ଜେକ୍ସନ ଜର୍ମାନୀର ଗ୍ରାମାଞ୍ଚଳର ଲୋକଙ୍କୁ ଦିଆଯାଇଛି। ଖବରଟି ଜଣା ପଡିବା ପରେ ସେଠାରେ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଇଞ୍ଜେକ୍ସନ ପହଞ୍ଚିବା ପରେ ନର୍ସ ଏହାକୁ ଲୁଣିଆ ପାଣିରେ ବଦଳାଉଥିଲେ। ଏହା ପରେ, ସେହି ପାଣିକୁ ଇଞ୍ଜେକ୍ସନରେ ଭର୍ତ୍ତି ହୋଇ ଲୋକଙ୍କୁ ଦିଆ ଯାଉଥିଲା। ମାର୍ଚ୍ଚ ଏବଂ ଏପ୍ରିଲରେ ଅନେକ ଲୋକଙ୍କୁ ଟିକା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧ ଥିଲେ। ଟିକା ନେବା ପରେ ମଧ୍ୟ ସେମାନେ କରୋନାରେ ସଂକ୍ରମଣ ହୋଇଥିଲେ, ତେବେ ଏହା କିପରି ସମ୍ଭବ ଭାବି ପ୍ରଶାସନ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ସହ ଘଟଣାର ଯାଞ୍ଚ କରଯାଇଥିଲା। ଯେତେବେଳେ ଏହାର ସବିଶେଷ ତଥ୍ୟ ଯାଞ୍ଚ କରାଯାଇଥିଲା, ଜଣାପଡିଥିଲା ​​ଯେ ନର୍ସ ଇଞ୍ଜେକ୍ସନ ପରିବର୍ତ୍ତନ କରି ଲୁଣ ପାଣି ଦେଇଛନ୍ତି। ତେବେ ନର୍ସଙ୍କ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: