ଉସୁକାଉଛି ପଡ଼ୋଶୀ ଚୀନ୍; ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଉସୁକାଉଛି ପଡ଼ୋଶୀ ଚୀନ୍; ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗଲୱାନ ସଂଘର୍ଷ ପାଇଁ ଭାରତକୁ ଦାୟୀ କରି ଭାରତକୁ ଉସୁକାଉଛି ଚୀନ୍ । ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେ ରୁଷରେ ଚାଲିଥିବା ଏସସିଓ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଏମିତି କିଛି କହି ବିବାଦକୁ ଅଧିକ ଘନିଭୂତ କରିବା ପାଇଁ ପ୍ରୟାସ କରିଛନ୍ତି । କେବଳ ସେତିକି ନୁହେଁ ଏହା ସହ ବ୍ରିଗେଡ କମାଣ୍ଡରସ୍ତରୀୟ ବୈଠକରେ ନିଆଯାଇଥିବା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଭାରତ ମାନିବା ଦରକାର ବୋଲି କହିଥିଲେ। ତେବେ ଭାରତକୁ ନିଷ୍ପତ୍ତିକୁ ମାନିବାକୁ କହୁଥିବା ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ନିଜ ସୈନ୍ୟଙ୍କ କିଛି ଭୁଲ ଥିବା କଥା ସ୍ବିକାର କରିବ‌ାକୁ ମନା କରି ଦେଇଥିବା ଜଣା ପଡ଼ିଛି।

ତେବେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେଙ୍କ କଥା ସୁଣି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଚୀନ୍ ଏକ ଦାୟିତ୍ବପୂର୍ଣ୍ଣ ରାଷ୍ଟ୍ର ଭଳି ମନୋଭାବ ଦେଖାଇବ ଏବଂ ଲଦାଖରେ ଅବସ୍ଥାପିତ ସେନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନେବ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶ ପାଇଁ ସୀମାରେ ଶାନ୍ତି ଏବଂ ଆରାମଦାୟକ ପରିବେଶର ଆବଶ୍ୟକତା ରହିଛି। କଥାବାର୍ତ୍ତା ମାଧ୍ୟମରେ ସ୍ଥିତି ବିଷୟରେ ଶାନ୍ତିପୂର୍ଣ୍ଣଭାବେ ଆଲୋଚନା କରି ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ହେବ। ଚୀନ ଏ ନେଇ ଆମକୁ ସହଯୋଗ କରିବା ଦରକାର।

ସୂଚନା ଥାଉ କି ଚୀନ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହେଉଥିବାରୁ ଦେଶ ପୁଣି ଥରେ ଆଲୋଚନା ପାଇଁ ଏକାଠି ବସି ଆଲୋଚନା କରିଛନ୍ତି ଦୁଇ ଦେଶ । ମସ୍କୋରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଦୀର୍ଘ ୨ଘଣ୍ଟା ୨୦ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ନିଜ ସୈନ୍ୟଙ୍କ ଭୁଲ ମାନିବା ପରିବର୍ତ୍ତେ ନିଜ ସୈନ୍ୟ ବଳ ବିଷୟରେ ଗର୍ବ କରିଥିବ‌ା ସାମ୍ନାକୁ ଆସିଛି। ଚୀନ୍ ସେନା କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

%d bloggers like this: