ଅମାନିଆଙ୍କୁ ରାସ୍ତାରେ ନାଗିନ୍ ଡ୍ୟାନ୍ସ କରାଇଲା ରାଜସ୍ଥାନ ପୋଲିସ

ଅମାନିଆଙ୍କୁ ରାସ୍ତାରେ ନାଗିନ୍ ଡ୍ୟାନ୍ସ କରାଇଲା ରାଜସ୍ଥାନ ପୋଲିସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା ଭାଇରସ । ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଦେଶବ୍ୟାପି ଲାଗି ରହିଛି ଲକଡାଉ୍, ସଟଡାଉନ୍ କଟକଣା । ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଏସବୁ ସତ୍ତ୍ୱେ ବି ମହାମାରୀ କରୋନାକୁ ମାତ୍ ଦେବେ କଣ ଅନେକ ଅମାନିଆ ଏହାର ଖୁଲମ ଖୁଲ୍ଲା ଉଲ୍ଲଂଘନ କରୁଛନ୍ତି । ଆଉ ନିୟମ ମଧ୍ୟ ଭାଙ୍ଗୁଛନ୍ତି ।

ଯେମିତି କି ଆପଣ ଜାଣନ୍ତି, କରୋନାର ମାରାତ୍ମକ ଦ୍ୱିତୀୟ ଲହରକୁ ରୋକିବା ପାଇଁ ଦେଶର ଅନ୍ୟ ରାଜ୍ୟ ଭଳି ରାଜସ୍ଥାନ ସରକାର ମଧ୍ୟ କଠୋର କଟକଣା ଜାରି କରିଛନ୍ତି । ରାଜସ୍ଥାନର ସବୁ ଜିଲ୍ଲାରେ କଠୋର ଲକଡାଉନ୍ କଟକଣା ବଳବତ୍ତର ରହିଛି । ପୋଲିସ ପ୍ରଶାସନ ପକ୍ଷରୁ ନିୟମର କଡ଼ା କଡ଼ି ପାଳନ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି । ବିନା କାରଣରେ ରାସ୍ତାକୁ ଆସି ବୁଲା ବୁଲି କରି ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ମଧ୍ୟ ବିଭିନ୍ନ ତରିକା ଆପଣାଉଛି । ଏମିତି ସମୟରେ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହା ସବୁ ଅମାନିଆଙ୍କ ପାଇଁ ବଡ଼ ଶାସ୍ତି ଠାରୁ କମ୍ ନୁହେଁ ।

ଲକଡାଉନ୍ କଟକଣାକୁ ବେଖାଥିର କରିଥିବା କିଛି ବେକାରିଆ ଯୁବକଙ୍କୁ ପୋଲିସ ଧରି ସେମାନଙ୍କୁ ରାସ୍ତା ଉପରେ ହିଁ ନାଗିନ୍ ଡ୍ୟାନ୍ସ କରାଇଛି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ରାସ୍ତା ଉପରେ ଡ୍ୟାନସ୍ କରାଇବା ସହ ସେମାନଙ୍କୁ ଘରେ ରହିବାକୁ ପୋଲିସ ଶପଥ ପାଠ ବି କରାଇଛି ।

ଭାଇରାଲ ହେଉଥିବା ଏ ଭିଡିଓ ହେଉଛି ରାଜସ୍ଥାନର ଝାଲାବାଡ଼ ଜିଲ୍ଲାର । କାତେବାଲୀ ପୋଲିସ ସହରରେ ଚେକିଂ କରୁଥିବା ବେଳେ କିଛି ଅମାନିଆଙ୍କୁ ରାସ୍ତାରେ ପାଇଥିଲା । ଦ୍ରୁଚ ଗତିରେ ଏମାନେ ବାଇକ ଚଳାଇ ନିୟମର ଧଜିଆ ଉଡ଼ାଉଥିଲେ । ଶେଷରେ ପୋଲିସ ଏମାନଙ୍କୁ ଧରି ଏଭଳି ନାଗିନ୍ ଡ୍ୟାନ୍ସ କରାଇଛି । ଆଗକୁ ଯେମିତି ଏମାନେ ନିୟମ ଭାଙ୍ଗିବାର ସାହସ ନ କରନ୍ତି ଏବଂ ଏମାନଙ୍କୁ ଦେଖି ଅନ୍ୟମାନେ ଯେମିତି ଏଭଳି ସାହସ  ନ କରନ୍ତି ତାକୁ ଧ୍ୟାନରେ ରଖି ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ପୋଲିସ କେବଳ ନାଗିନ୍ ଡ୍ୟାନ୍ସ ହିଁ କରାଇନାହିଂ ବରଂ କେବେତେଳେ ଅନାରକସଲି ଗୀତରେ ରାସ୍ତା ଉପରେ ନଚାଇଛି ତ ପୁଣି କେତେବେଳେ ଠୁମକା ଲଗାଇଛି । ଆଗକୁ ଏମିତି ନ କରିବାକୁ ପୋଲିସ ପ୍ରଶାସନ ସମସ୍ତ ଜନସାଧାରଣଙ୍କୁ ଅପିଲ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: