୮୨ ବର୍ଷ ବୟସରେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ଅଟଳ ବିହାରୀ ପଣ୍ଡା

୮୨ ବର୍ଷ ବୟସରେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ଅଟଳ ବିହାରୀ ପଣ୍ଡା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ଅଟଳ ପଣ୍ଡା ଚାଲିଗଲେ। ହୁଏତ ଓଡ଼ିଶାର ଅନେକ ଲୋକ ତାଙ୍କୁ ଜାଣିନଥିବେ। ୮୨ ବର୍ଷ ବୟସରେ ସେ ଫିଲ୍ମରେ ଅଭିନୟ ଆରମ୍ଭ କରି ଥିଲେ। ସେ ବର୍ଷ, ସେ ସିନେମା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଲା। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିଦ୍ଦେଶକ, ଏମିତି ୭ଟି ପୁରସ୍କାର। ୨୦୧୨-୨୦୧୩ର କଥା। ଫିଲ୍ମର ନାଁ ଥିଲା “ଶଲାବୁଢା”।

୮୩ ବର୍ଷ ବୟସରେ ଦ୍ବିତୀୟ ସିନେମା କଲେ। ସେ ବର୍ଷ, ସେ ସିନେମା ଜାତୀୟ ପୁରସ୍କାର ପାଇଲା। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ କୌଣସି ଓଡିଆ ସିନେମା ଜାତୀୟ ପୁରସ୍କାର ପାଇଲା। “ପୂଜା ପାଇଁ ଫୁଲ ଟିଏ” ପରେ ଜାତୀୟ ପୁରସ୍କାର ପାଇଁ ଓଡ଼ିଶା ୭ବର୍ଷ ଅପେକ୍ଷା କଲା। କାରଣ, ମୂଳକାହାଣୀ ହୋଇ ନଥିବାରୁ ଓଡ଼ିଆ ସିନେମା ପୁରସ୍କାରରୁ ବଂଚିତ ହେଉଥିଲା। ଧାରା ଭାଙ୍ଗିଲା “ଆଦିମ ବିଚାର”। ଇଏ ୨୦୧୩-୨୦୧୪ କଥା।

ତୃତୀୟ ସିନେମାଟି ହେଲା “ଶଲାବୁଢାର ବଦଲା”। ଗତବର୍ଷ ସିନେମା ବି ଜାତୀୟ ପୁରସ୍କାର ପାଇଲା। ଓଡ଼ିଆ ସିନେମା ଇତିହାସରେ ଅଟଳ ପଣ୍ଡା ବିରଳ, ଅନନ୍ୟ। କାହିଁକି? ୮୦ ବର୍ଷରେ ସିନେମା ଆରମ୍ଭ କରିଥିବା ଏମିତି ଜଣେ ଅଭିନେତା ଓଡ଼ିଶାରେ ମିଳିବା କଷ୍ଟ, ଯିଏ ନିଜ ଜୀବନର ପ୍ରଥମ ୩ଟି ଯାଅ ସିନେମାରେ, ଜାତୀୟ ଓ ରାଜ୍ୟ ପୁରସ୍କାର ପାଇଥିବ। ଆଉ ସେ ସିନେମା ୧୦ରୁ ଅଧିକ ପୁରସ୍କାର ପାଇଥିବା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: