ସ୍ମୃତି ଶ୍ରଦ୍ଧାଞ୍ଜଳି: ଧର୍ମ ପରାୟଣଙ୍କ ଏକାଦଶାହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶରୀରର ମୃତ୍ୟୁ ଅଛି ଆତ୍ମାର ନାହିଁ । ସେହି ଆତ୍ମାର ସଦଗତି କାମନା କରି ଦିବଂଗତ ରୁକୁଣା ବେହେରାଙ୍କ ଆଜି ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳର ଧର୍ମ ପରାୟଣ ମହିଳା ଶ୍ରୀମତି ରୁକୁଣା ବେହେରା ଗତ ୧୯ ତାରିଖରେ ଗଞ୍ଜାମ ଖଲିକୋଟ ଏନଏସି ଛକ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଜଣେ ପରୋପକାରୀ ମହିଳା ଭାବେ ଅଂଚଳରେ ସେବେଶ ଜଣାଶୁଣା ଥିଲା । ତାଙ୍କ ଆବର୍ତମାନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବାମୀ ରାଧାମୋହନ ବେହେରାଙ୍କ ସମେତ ସାରା ପରିବାର ଏବେ ରୁକୁଣାଙ୍କୁ ଝୁରୁଛନ୍ତି। ତାଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ଏକାଦଶାହ ଉପଲକ୍ଷେ ଖଲିକୋଟ ବାସଭବନରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସମସ୍ତେ ରୁକୁଣାଙ୍କ ସ୍ମୃତିଚାରଣ କରିଛନ୍ତି।

ରୁକୁଣାଙ୍କ ୪ ପୁଅ ରଞ୍ଜନ ବେହେରା, ଦିଲ୍ଲୀପ ବେହେରା, ସନ୍ତୋଷ ବେହେରା, ଉତ୍ତମ ବେହେରା ମାଙ୍କ ସ୍ମୃତି ଚାରଣ କରିଛନ୍ତି।

Leave a Reply

Your email address will not be published. Required fields are marked *