ସୁଶାନ୍ତ ସିଂ ମୃତ୍ୟୁ ମାମଲା: କାରଣ ଖୋଜୁଛି ପୋଲିସ; ଅଭିନେତ୍ରୀ ସଞ୍ଜନା ସାଙ୍ଘିଙ୍କ ବୟାନ ‌ରେକର୍ଡ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କାରଣ ଖୋଜୁଛି ପୋଲିସ; ଅଭିନେତ୍ରୀ ସଞ୍ଜନା ସାଙ୍ଘିଙ୍କ ବୟାନ ‌ରେକର୍ଡ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିଛି ମୁମ୍ବାଇ ପୋଲିସ । ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜିବାକୁ ତନାଘନା କରୁଛି ପୋଲିସ । ଏହି କ୍ରମରେ ଦିଲ୍‌ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘି ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚି ନିଜ ବୟାନ ରେକର୍ଡ କରିଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରିଥିବା ପ୍ରମାଣିତ ହେବା ପରେ ଏବେ ମୁମ୍ବାଇ ପୁଲିସ ଏହାର କାରଣ ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରିଛି। ସୁଶାନ୍ତଙ୍କ ସହ କାମ କରିଥିବା କିଛି ଲୋକଙ୍କ ସହ ତାଙ୍କର ସମସ୍ତ ସମ୍ପର୍କୀୟଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ସୁଶାନ୍ତ ମୃତ୍ୟୁ ପୂର୍ବରୁ ମାନସିକ ଅବସାଦ ଦେଇ ଗତି କରୁଥିଲେ, ‌ତେବେ କାହା ପାଇଁ ଓ କେଉଁ କାରଣ ପାଇଁ ଏଭଳି ଜଣେ ସଫଳ ଅଭିନେତା ଆତ୍ମହତ୍ୟା ପନ୍ଥା ବାଛିନେଲେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ଅଭିନେତ୍ରୀ ସଞ୍ଜନା ସାଙ୍ଘି ଇନ୍‌ଷ୍ଟାଗ୍ରାମ୍‌ରେ ସୁଶାନ୍ତଙ୍କ ସହ ତାଙ୍କର କିଛି ପୁରୁଣା ଫଟୋ ସେୟାର କରିଥିବା ସହ ଭାବାପୂର୍ଣ୍ଣ ‌ଲେଖାଟିଏ ଲେଖିଥିଲେ। ସେପଟେ ଏଭଳି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ ବଡ଼ ଖବର ଏକ ସାମ୍ନାକୁ ଆସୁଛି । ତାହା ହେଉଛି ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଉଇକିପିଡିଆ ପେଜରେ ୮ଟା ୫୯ମିନିଟରେ ତାଙ୍କର ଆତ୍ମହତ୍ୟା ସମୟ ଅପଡେଟ ହୋଇସାରିଥିବା କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏଥିପାଇଁ ପ୍ରଶ୍ନ ଉଠୁଛି କି ବୟାନ, ପଞ୍ଚନାମା ଓ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ସୁଶାନ୍ତ ସିଂହ ପାଖାପାଖି ସାଢେ ୯.୩୦ ମିନିଟ୍‌ ସମୟରେ ରୁମ୍‌ରୁ ବାହାରକୁ ଯାଇଥିଲେ। ସେ ଜୁସ ପିଇବା ପରେ ପାଖାପାଖି ୧୦ଟା ବେଳେ ସେ ନିଜ ରୁମକୁ ଫେରି ଯାଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ଖବର ପାଖାପାଖି ୧୨ଟାରେ ସାମ୍ନାକୁ ଆସିଥିଲା। ଏମିତିରେ ପ୍ରଶ୍ନ ଉଠୁଛି କି କେମିତି ସୁଶାନ୍ତଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ଉଇକିପିଡ଼ିଆରେ ପୂର୍ବରୁ ଅପଡେଟ ହୋଇଥିଲା? ମୁମ୍ବାଇ ପୋଲିସ ସୂତ୍ର ଅନୁଯାୟୀ ତାଙ୍କୁ ସାଇବର ସେଲରୁ ସୂଚନା ମିଳିଛି ଯେ ଉଇକିପିଡିଆ ୟୁଟିସି ଟାଇମଲାଇନରେ ଚାଲିଥାଏ। ଯାହାକି ଭାରତୀୟ ସମୟଠାରୁ ପାଖାପାଖି ସାଢେ ୫ ଘଣ୍ଟା ପଛରେ ରହିଥାଏ। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏହି ସମୟ ବ୍ୟବଧାନ ଦେଖିବାକୁ ମିଳୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: