ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ , ଭୁବନେଶ୍ୱରର ସଫଳତା

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ , ଭୁବନେଶ୍ୱରର ସଫଳତା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଶୁକ୍ରବାରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ , ଭୁବନେଶ୍ୱରର ବିଜ୍ଞାନ ବିଭାଗର ଛାତ୍ର ଅମ୍ଳାନ ଅଭିଷେକ ବାରିକ ସର୍ବାଧିକ ୯୮.୪% ମାର୍କ ଓ ବାଣିଜ୍ୟ ବିଭାଗର ଛାତ୍ର ସୁଜଲ୍ ଗୋଏଲ୍ ସର୍ବାଧିକ ୯୬.୨% ମାର୍କ ରଖି ବିଦ୍ୟାଳୟର ନିଜ ନିଜ ବିଭାଗରେ ଟପ୍ପର ହୋଇଛନ୍ତି । ବିଦ୍ୟାଳୟର ବିଜ୍ଞାନ ବିଭାଗର ପରୀକ୍ଷାର୍ଥୀ ମୋଟ୍ ୩୨୧ ଜଣଙ୍କ ମଧ୍ୟରୁ ୯୫% ରୁ ଅଧିକ ୩୮ ଜଣ , ୯୦% ରୁ ଅଧିକ ୧୧୯ ଜଣ , ୮୦% ରୁ ଅଧିକ ୨୫୯ ଜଣ , ୭୦ %ରୁ ୩୧୯ ଜଣ , ୬୦% ରୁ ଅଧିକ ୩୨୧ ଜଣଙ୍କ ସହ ସର୍ବମୋଟ ପାସ୍‌ହାର ୧୦୦% ରେ ଉତୀର୍ଣ୍ଣ ହୋଇଛନ୍ତି ।


ଠିକ୍ ସେହିପରି ବାଣିଜ୍ୟ ବିଭାଗର ପରୀକ୍ଷାର୍ଥୀ ମୋଟ୍ ୩୭ ଜଣଙ୍କ ମଧ୍ୟରୁ ୯୫% ରୁ ଅଧିକ ୩ ଜଣ , ୯୦% ରୁ ଅଧିକ ୭ ଜଣ , ୮୦% ରୁ ଅଧିକ ୨୩ ଜଣ , ୭୦ %ରୁ ଅଧିକ ୩୪ ଜଣ , ୬୦% ରୁ ଅଧିକ ୩୭ ଜଣଙ୍କ ସହ ସର୍ବମୋଟ ପାସ୍‌ହାର ୧୦୦% ରେ ଉତୀର୍ଣ୍ଣ ହୋଇଛନ୍ତି ।

ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌ର ଚେୟାରମେନ ଡି . ମୂରଲୀକ୍ରୀଷ୍ଣା , ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜି . ଭାସ୍କର ରାଓ , ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ନାଗେଶ୍ୱର ରାଓ, ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭି. ଶ୍ରୀନିବାସ ଓ ପ୍ରଶାସନିକ ନିର୍ଦ୍ଦେଶକ ଶ୍ରୀମାନ ଡି.ବିବେକ , ଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀମାନ ଜି . ରାମକ୍ରୀଷ୍ଣା , ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡ. ସମରେନ୍ଦ୍ର ନାଥ ପଣ୍ଡାଙ୍କ ସମେତ ଡିନ୍ ଶୀଯୁକ୍ତ ପିତାମ୍ୱର ଦାସ , ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସ ,ଅଧ୍ୟକ୍ଷ ଶ୍ରୀଯୁକ୍ତ ଆର୍ବି ଜୟ କୁମାର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଞୀବ କୁମାର ଦାସ , ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମକର୍ତା କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କ ଭବିଷ୍ୟତ
ଜୀବନର ଦୀର୍ଘ କାମନା କରିଥିଲେ । ଏଥି ସହିତଅଭିଭାବକ ମଣ୍ଡଳୀଙ୍କ ସମେତ ବିକାଶ ପରିସରରେ ଖୁସିର ବାତାବରଣ ଖେଳିଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: