ମଣିଷ ମାରିବା ପରେ ଏହି ଦେଶରେ ହୋଇଥାଏ ବାହାଘର

ମଣିଷ ମାରିବା ପରେ ଏହି ଦେଶରେ ହୋଇଥାଏ ବାହାଘର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଛାଡପତ୍ର, ହତ୍ୟା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁଥି ପାଇଁ ବିଶ୍ଵର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଥାଏ। ୟୁରୋପର ଏକ  ଦେଶରେ ଏଭଳି କିଛି ନିୟମ ଅଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମରିଯାଇଥିବା ବ୍ୟକ୍ତି ସହ ଏହି ଦେଶରେ ବିବାହ କରିହେବ, ସେ ପୁଣି ଆଇନଗତ ଭାବରେ। ଘଟଣାଟି  ୟୁରୋପୀୟ ଦେଶ ଫ୍ରାନ୍ସର।

 ଫ୍ରାନ୍ସରରେ ଏକ ନିୟମ ଅଛି ଯେଉଁଥିରେ ଲୋକମାନେ ଜଣେ ମୃତ ବ୍ୟକ୍ତିଙ୍କୁ ବିବାହ କରିପାରିବେ। ଏହି ଅଜବ ଆଇନ ସିଭିଲ୍ କୋଡର ଧାରା ୧୭୧ ରେ ଦିଆଯାଇଛି। ଏହି ପ୍ରକାର ବିବାହକୁ ନେକ୍ରୋଗାମି ବିବାହ କୁହାଯାଏ। ତେବେ ଏଭଳି ବିବାହ କରିବାକୁ  ଚାହୁଁ ଥିବା ଲୋକଙ୍କୁ ରାଷ୍ଟ୍ରପତିଙ୍କ ଅନୁମତି ନେବାକୁ ପଡିଥାଏ । ଏହି ବିବାହ ଅନ୍ୟ ସାଧାରଣ ବିବାହ ପରି ହୋଇଥାଏ।ଏହାସହ ବିବାହ ସମସ୍ତ ରୀତିନୀତି ଅନୁଯାୟୀ କରାଯାଏ, କେବଳ ପାର୍ଥକ୍ୟ ହେଉଛି ବର- କନ୍ୟା ବଦଳରେ ମରିଯାଇଥିବା ଲୋକର ଫଟୋ ରହିଥାଏ। ମୃତ ବ୍ୟକ୍ତିଙ୍କୁ ବିବାହ କରିବାକୁ ହେଲେ ପ୍ରମାଣ କରିବାକୁ ପଡିଥାଏ ଯେ ମୃତ୍ୟୁ ହୋଇଥିବା ବ୍ୟକ୍ତି କେବଳ ସେଇ ପୁଅ ବା ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ମତାମତ ମଧ୍ୟ ନିଆଯାଇଥାଏ। ନିୟମ ଅନୁଯାୟୀ ବିବାହିତ ବ୍ୟକ୍ତି କେବଳ ତାଙ୍କର ପରିଚୟ ପାଇପାରିବେ ହେଲେ ମୃତକଙ୍କ ସମ୍ପତ୍ତି ପାଇ ପାରିବେ ନାହିଁ। ଫ୍ରାନ୍ସ ବ୍ୟତୀତ ଦୁନିଆରେ ଆହୁରି ଅନେକ ଦେଶ ଅଛି, ଯେଉଁଠାରେ ମୃତ ବ୍ୟକ୍ତିଙ୍କୁ ବିବାହ କରିବାର ପରମ୍ପରା ଅଛି। ଦକ୍ଷିଣ କୋରିଆ, ଜାପାନ ଏବଂ ଚୀନ୍ ରେ ମଧ୍ୟ ଏହିପରି ଆଇନି ରହିଛି ।

ଏହି ନିୟମ କାହିଁକି ହେଲା?

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ଯେଉଁ ମହିଳାମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ବିବାହ ପୂର୍ବରୁ ଶିଶୁର ପିତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ପିଲାମାନେ ପିତାଙ୍କ ନାମ ପାଇବା ପାଇଁ  ମହିଳାମାନେ ମୃତକମାନଙ୍କୁ ବିବାହ କରିବା ଆରମ୍ଭ କରିଥିଲେ। ତେବେ ଏହାକୁ ଏକ ପୋଲ ଦୁର୍ଘଟଣା ପରେ ଆଇନରେ ପ୍ରଣୟନ କରାଯାଇଥିଲା। ବାସ୍ତବରେ, ୧୯୫୯ ମସିହାରେ ଏକ ସେତୁ ଭୁଷୁଡ଼ି ପଡିଥିଲା। ଏହି ଦୁର୍ଘଟଣାରେ ୪୨୩ ଜଣଙ୍କର ମୃତ୍ୟୁ ହୋଇଥିଲା  ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଥିଲେ ଯିଏକି କିଛି ଦିନ ପୂର୍ବରୁ ନିର୍ବନ୍ଧ  କରିଥିଲେ। ଏହା ପରେ ନିର୍ବନ୍ଧ କରିଥିବା ମହିଳା ଜଣକ ମୃତ ବ୍ୟକ୍ତିଙ୍କୁ ବିବାହ କରିବାକୁ ସରକାରଙ୍କ ଅନୁମତି ମାଗିଥିଲେ। ସେହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଚାର୍ଲ୍ସ ଡି ଗଲ୍ ଥିଲେ। ତା’ପରେ ସରକାର ସେହି ମହିଳାଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ ଏବଂ ଏହା ପରେ ଫ୍ରାନ୍ସର ନ୍ୟାସନାଲ ଆସେମ୍ବଲି ଏକ ଆଇନ ପ୍ରଣୟନ କଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: