ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ; ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ; ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନାରେ ସଂକ୍ରମିତ ହୋଇ ଓଡ଼ିଆ ସିନେଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସେ କିଛି ଦିନ ଧରି କୋଭିଡରେ ଆକ୍ରାନ୍ତ ଥିବାର ସୂଚନା ରହିଛି। ଶାନ୍ତିରାଜ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ଶାନ୍ତିରାଜ ଖୋସଲାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।

ଶାନ୍ତିରାଜ ଖୋସଲା ଏକାଧାରରେ ଜଣେ ମ୍ୟୁଜିକ୍ ଆରେଞ୍ଜର, ଗୀଟାର ବାଦକ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଥିଲେ। ସେ ‘ ତୋ’ ବିନା ମୋ କାହାଣୀ ଅଧା’, ‘ଧନରେ ରଖିବୁ ଶପଥ ମୋର, ରଙ୍ଗ ନମ୍ବର, ‘ମୁଁ ସପନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, କାଳୀଶଙ୍କର, ତୋର ମୋର ଯୋଡ଼ି ସୁନ୍ଦର, ଏସିପି ରଣବୀର, ଡନ୍ ଆଦି ସମେତ କେତେକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: