ବାତ୍ୟା ୟାସ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି, ଓଡ଼ିଶା ଆସିଥିବାରୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରୀଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ ବର୍ତ୍ତମାନ #COVID19 ମହାମାରୀ ଉଗ୍ର ରୂପ ଧାରଣ କରିଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ କୌଣସି ତତକ୍ଷଣାତ୍ ଆର୍ଥିକ ସହାୟତା ଦାବି କରାଯାଇ ନାହିଁ। ଆମେ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ

ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଛି। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଲି।

Leave a Reply

Your email address will not be published. Required fields are marked *