ବଢିବ ଦରଦାମ ଓ ପେଟ୍ରୋଲ,ଡିଜେଲ ଦର; ଏଥିପାଇଁ କେନ୍ଦ୍ର ଦାୟୀ: ଓଡ଼ିଶା ସରକାର

ବଢିବ ଦରଦାମ ଓ ପେଟ୍ରୋଲ,ଡିଜେଲ ଦର; ଏଥିପାଇଁ କେନ୍ଦ୍ର ଦାୟୀ: ଓଡ଼ିଶା ସରକାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀ କରୋନା କାଳରେ ଖାଉଟିଙ୍କ ପାଇଁ ଖରାପ ଖବର । ପାର୍ବଣ ସମୟରେ ଏବଂ ଏହା ପରେ ପରେ ଖାଉଟିଙ୍କୁ ଲୁଟିବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କାହିଁକିନା ଆଗକୁ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବ । କରୋନାର ବାହାନା ଦେଇ ଉଭୟ ସରକାର ଲୋକଙ୍କ ଠାରୁ ରାଜସ୍ୱ ଓ ଟିକସ ବାବଦକୁ କୋଟି କୋଟି ଟଙ୍କା ଅସୁଲ କରିବାର ମକସଦରେ ରହିଛନ୍ତି ।

ଆଜି କେନ୍ଦ୍ର ଉପରେ ବର୍ଦ୍ଦିତ ଦରଦାମ ନେଇ ଦୋଷାରପ କରି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ଆହୁରି ବଢିବ ଦରଦାମ ଓ ପେଟ୍ରୋଲ ,ଡିଜେଲ ଦର। କେନ୍ଦ୍ର ସରକାର କୋଭିଡ ଆଳରେ ସେସ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି। ଲଗାମ ସେମାନଙ୍କ ହାତରେ ରହିଛି ଆଉ ସେମାନେ ବ୍ଲାକମେଲିଂ କରୁଛନ୍ତି ।

କେନ୍ଦ୍ର ସରକାର ଯଦି ଏଥିରୁ କ୍ଷାନ୍ତ ନ ହୁଏ ତେବେ ଆଗକୁ ସ୍ଥିତି ଆହୁରି ଖରାପ ହେବ। ଚାଷ ସମେତ ସବୁ କ୍ଷେତ୍ରରେ ପ୍ରଭାବ ପଡୁଛି। ରାଜନୈତିକ ଦୃଷ୍ଟିକୋଣରୁ ସବୁ ହେଉଛି। ପଶ୍ଚିମବଙ୍ଗ ନିର୍ବାଚନର 20 ଦିନ ଯାଏ ସବୁ ଠିକ ଥିଲା। ଭୋଟିଂ ଦିନ  ପରେ ରେଟ ବଢ଼ିଲା ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ସହ ସେ ଆହୁରି କହିଛନ୍ତି ଯେ, ରାଜ୍ୟ ମାନଙ୍କର ଆର୍ଥିକ ସ୍ଥିତି ବି ଡ଼ମାଡୋଲ ହେଇଯାଇଛି । ପଲିଟିକାଲ ଟୁଲ ଭାବେ ପେଟ୍ରୋଲିୟମ ସାମଗ୍ରୀ କୁ ବ୍ୟବହାର କରାଯାଉଛି । ଆଉ ହିଁ ଅଛେ ନୁହେଁ ବୁରା ଦିନ ଦେଶରେ ଆସିଗଲାଣି ବୋଲି ମନ୍ତ୍ରୀ କହିଛନ୍ତି । କିଣି ଖାଉଥିବା ଲୋକଙ୍କ ପାଇଁ ଦେଶରେ ସ୍ଥିତି ଭଲ ନାହିଁ ବୋଲି କହି କେନ୍ଦ୍ରକୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ ।

Leave a Reply

Your email address will not be published. Required fields are marked *