ପିଲା କାନ୍ଦିଲା ବୋଲି ମୁହଁରେ ଅଠା ଲଗାଇ ବନ୍ଦ କରିଦେଲା ମା!

ପିଲା କାନ୍ଦିଲା ବୋଲି ମୁହଁରେ ଅଠା ଲଗାଇ ବନ୍ଦ କରିଦେଲା ମା!

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାମାନ୍ୟ କଥାରେ କାନ୍ଦିବା ଶିଶୁମାନଙ୍କର ଗୋଟିଏ ଅଭ୍ୟାସ। କୌଣସି କାରଣ ଥଉକି ନଥାଉ ସେମାନେ କଥା କହି ନଜାଣିବା କାରଣରୁ କଣ୍ଡିଥାନ୍ତି। ପିଲାମାନଙ୍କ କାନ୍ଦଣା ଅନେକ ସମୟରେ ଘର ଲୋକଙ୍କୁ ବିରକ୍ତ କରିଥାଏ।ପିଲାମାନଙ୍କୁ ବୁଝେଇ ନୀରବ କରିବା ଏକ ବଡ଼ କଷ୍ଟ କାମ। କାନ୍ଦୁରା ପିଲାକୁ ନୀରବ କରିବା ପାଇଁ ମା’ମାନେ କେତେ ପ୍ରକାର ବାହାନା କରନ୍ତି। କିନ୍ତୁ ଜଣେ ମା’ ନିଜ ପିଲାକୁ ନୀରବ କରିବା ପାଇଁ ଯେଉଁ ଉପାୟ ଆପଣଛି ଆପଣ ଜାଣିଲେ କାବା ହୋଇଯିବେ।


ଶିଶୁର ବାପା କହିଥିଲେ ଯେ ଯେତେବେଳେ ସେ କିଛି କାମ କରି ଘରକୁ ଫେରିଥିଲେ, ସେ ଦେଖିଲେ ଯେ ତାଙ୍କ ପିଲାଟି ବହୁତ ଶାନ୍ତ ଅଛି। ସେ ଅନୁଭବ କଲେ ଯେ ସେ କିଛି କହିବାକୁ ଚେଷ୍ଟା କରୁଛି। ତେବେ ପିଲାଟିର ପାଟିରୁ ଫେଣ ବାହାରୁଥିଲା। ପିଲାଟିର ବାପା ଆହୁରି କହିଥିଲେ ଯେ ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଏ ବିଷୟରେ ପଚାରିଥିଲେ, ସେ କହିଥିଲେ ଯେ ସେ ପୁରା ସମୟ କାନ୍ଦୁଥିଲା, ଏହି କାରଣରୁ ସେ ଶିଶୁର ଓଠରେ ଅଠା ଲଗେଇ ଦେଇଥିଲେ, ଯାହାଫଳରେ ସେ ଚୁପ୍ ରହିବେ। ବାପା ଯେତେବେଳେ ତାଙ୍କ ପୁଅକୁ ନିକଟରୁ ଦେଖିଲେ, ତାର ମୁହଁରେ କିଛି ଲାଗିଥିବାର ଅନୁଭବ କଲେ। ପ୍ରଥମେ ସେ ଭାବିଥିଲେ ଯେ ଲୁଗା ସଫା ସର୍ଫ୍ ତାଙ୍କ ପାଟିରେ ବାଜି ଯାଇଛି ବୋଧେ, କିନ୍ତୁ ଯେତେବେଳେ ସେ ଏହାକୁ ହଟାଇବାକୁ ଚେଷ୍ଟା କଲେ, ସେ ଏହାକୁ ହଟାଇ ପରିଲେ ନାହିଁ। ଏହା ଦେଖି ସେ ତାଙ୍କ ପତ୍ନୀଙ୍କୁ ଡାକି ଏ ବିଷୟରେ ପଚାରିଥିଲେ। ସେ ସମସ୍ତ ଘଟଣା କହିବା ପରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏମିତି ଘଟଣା ଅତ୍ୟନ୍ତ ବିରଳ ଥିଲା, କୌଣସି ମା’ ଏମିତି କେମିତି କରିପାରେ ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ପିଲାଟି ଅଧିକ ବିପଦରେ ନଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ବିପଦ ମୁକ୍ତ ହୋଇ ପାରିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: