ପଥର ଖାଇ ୩୧ ବର୍ଷ ହେଲା ବଞ୍ଚିଛନ୍ତି ୮୦ ବର୍ଷର ବୃଦ୍ଧ

ପଥର ଖାଇ ୩୧ ବର୍ଷ ହେଲା ବଞ୍ଚିଛନ୍ତି ୮୦ ବର୍ଷର ବୃଦ୍ଧ

ପ୍ରିଜମ  ନ୍ୟୁଜ୍ ବ୍ୟୁରୋ: ପ୍ରତ୍ୟେକ ଜୀବକୁ ବଞ୍ଚି ରହିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଥାଏ। ତାହା ପୁଣି ସ୍ବାସ୍ଥ୍ୟ କର ଖାଦ୍ୟ ହେବା ନିହାତି ଦରକାର। ହେଲେ ଯଦି ଆପଣଙ୍କୁ କୁହା ଯେ ଜଣେ ୮୦ ବର୍ଷର ବୃଦ୍ଧ କେବଳ ପଥର ଖାଇ ବଞ୍ଚିଛନ୍ତି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ହେଲେ ମହାରାଷ୍ଟ୍ରର ସତ୍ତାରରେ ସତସତିକା ଏମିତି ଘଟଣା ଘଟୁଛି।

ଏଠାକାର ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଦ୍ୟ ଭାବେ ଗ୍ରହଣ କରୁଥିବାର ଜଣାପଡ଼ିଛି। ଗତ ୩୧ ବର୍ଷ ଧରି ବୃଦ୍ଧଜଣଙ୍କ ଏହିଭଳି ପଥର ଖାଇ ବଞ୍ଚି ରହୁଥିବାର ଜଣା ପଡ଼ିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାମଭାଉ ବୋଡକେ। ତାଙ୍କୁ ଗାଁର ଲୋକମାନେ ‘ପଥର ବାଲା ବାବା’ ବୋଲି ମଧ୍ୟ ନାମିତ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ରାମଭାଉ ବୋଡକେ କହିଛନ୍ତି ଯେ ସେ ୧୯୮୯ ମସିହାରେ ମୁମ୍ବାଇ ଯାଇ ଜଣେ ଶ୍ରମିକ ଭାବରେ କାମ କରିଥିଲେ। ସେଠାରେ ଦିନେ ତାଙ୍କ ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ସେ ତିନି ବର୍ଷ ଧରି ମୁମ୍ବାଇରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ତାଙ୍କର ପେଟ ଯନ୍ତ୍ରଣା ଦୂର ହେଲା ନାହିଁ, ଏହା ପରେ ସେ ସତରାକୁ ଆସି ଚାଷ ଆରମ୍ଭ କଲେ। ଏହି ସମୟ ମଧ୍ୟରେ ରାମଭାଉ ବୋଡକେଙ୍କ ପେଟ ଯନ୍ତ୍ରଣା କମିନଥିଲା।

ଦିନେ କ୍ଷେତରେ କାମ କରୁଥିବା ସମୟରେ ଗାଁରେ ରହୁଥିବା ଜଣେ ବୃଦ୍ଧ ମହିଳା ତାଙ୍କୁ ପଥର ଖାଇବାର ଏହି ଉପାୟ ବତେଇଥିଲେ। ଏହା ପରେ ସେ ପଥର ଖାଇବା ଆରମ୍ଭ କରିଥିଲେ| କେବଳ ସେତିକି ନୁହେଁ ପଥର ଖାଇ ସେ ପେଟ ଯନ୍ତ୍ରଣାରୁ ଆରାମ ମଧ୍ୟ ପାଇଥିଲେ ବୋଲି କୁହନ୍ତି। ଯାହା ପରେ ସେ ପ୍ରତିଦିନ ପଥର ଖାଇ ଆସୁଛନ୍ତି |

ରାମଭାଉ ବୋଡକେ ଗତ ୩୧ ବର୍ଷ ଧରି ପ୍ରତିଦିନ ପଥର ଖାଇ ଆସୁଥିବା ବେଳେ ବର୍ତ୍ତମାନ ସେ ଏହାକୁ ଖାଦ୍ୟ ଭାବେ ଉପଭୋଗ କରୁଛନ୍ତି। ତାଙ୍କ ପକେଟରେ ସବୁବେଳେ ଛୋଟ ଛୋଟ ପଥର ରହିଥାଏ, ଯେତେବେଳେ ତାଙ୍କୁ ଭୋକ ଲାଗେ ବା ଖାଦ୍ୟର ଅନୁଭବ କରନ୍ତି ପକେଟରୁ ତାହାକୁ ଆଡେ଼ଇ ଖାଇଥାନ୍ତି। ଏହି ମାମଲା ସାମ୍ନାକୁ ସେତେବେଳେ ଆସିଥିଲା ଯେତେବେଳେ କି ବୃଦ୍ଧଜଣକ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସ୍କାନ ପରେ ତାଙ୍କ ପେଟରେ ପଥର ଗଦା ହୋଇଥିବାର ଜଣା ପଡିଥିଲା। ଗାଁର ଲୋକମାନେ ତାଙ୍କୁ ‘ପଥର ବାଲା ବାବା’ ନାମରେ ମଧ୍ୟ ଡାକନ୍ତି। କେବଳ ଏତିକି ନୁହେଁ, ଦୂରଦୂରାନ୍ତରୁ ଲୋକମାନେ ତାଙ୍କୁ ଏକ ଚମତ୍କାର ଭାବି ଦେଖିବା ପାଇଁ ଆସନ୍ତି। ତାଙ୍କର ପ୍ରତିଦିନ ୨୫୦ ଗ୍ରାମ ପଥର ଖାଇବା ଡାକ୍ତରଙ୍କୁ ବି ଆଶ୍ଚର୍ଯ୍ୟ କରିଛି।

ଗତ ୩୦ ବର୍ଷରୁ ଅଧିକ ଦିନ ହେବ ଜଣେ ବ୍ୟକ୍ତି ପ୍ରତିଦିନ କିପରି ୨୫୦ ଗ୍ରାମ ପଥର ଖାଇ କିପରି ବଞ୍ଚି ପାରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଏହି ସମୟରେ ରାମଭାଉ ଆହୁରି ମଧ୍ୟ କହିଛନ୍ତି ଯେ ପଥର ଖାଇବା ପରେ ତାଙ୍କର କୌଣସି ଅସୁବିଧା ହୋଇନି ଏବଂ ସେ ନିଜ ନିତିଦିନିଆ ଜୀବନପ୍ରଣାଳୀ ସାଧାରଣ ଭାବେ କରନ୍ତି। ପ୍ରାରମ୍ଭରେ, ପରିବାର ସଦସ୍ୟମାନେ ଏହି କାରଣରୁ ଚିନ୍ତିତ ଥିଲେ, କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ସେମାନଙ୍କ ପାଇଁ ସାଧାରଣ ହୋଇଗଲାଣି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: