ତାଳି ମାରିଲେ ଉପରକୁ ଉଠୁଛି କୁଣ୍ଡର ପାଣି, ଶହ ଶହ ବର୍ଷ ପରେ ବି ଜାଣି ହେଉନି କାରଣ

ତାଳି ମାରିଲେ ଉପରକୁ ଉଠୁଛି କୁଣ୍ଡର ପାଣି, ଶହ ଶହ ବର୍ଷ ପରେ ବି ଜାଣି ହେଉନି କାରଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତରେ ରହସ୍ୟର ଅଭାବ ନାହିଁ। ଏମିତି କିଛି ରହସ୍ୟ ଆମ ଦେଶରେ ଲୁଚି ରହିଛି ଯାହାକୁ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରୁ ନାହାଁନ୍ତି । ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ରହସ୍ୟମୟ କୁଣ୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି।


କରତାଳି ଦେଲେ ଏହି କୁଣ୍ଡର ଜଳ ଉପରକୁ ଉଠିଥାଏ। କୁଣ୍ଡଟିର ନାମ ଦଲାହି କୁଣ୍ଡ, ଯାହାକି ଝାରଖଣ୍ଡର ବୋକରୋ ଜିଲ୍ଲାରେ ଅବସ୍ଥିତ।କେବଳ ସେତିକି ନୁହେଁ ଏଠାରୁ ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ଏବଂ ଶୀତଦିନେ ଗରମ ପାଣି ବାହାରିଥାଏ। ଏହା ମଧ୍ୟ କୁଣ୍ଡର ଆଉ ଏକ ରହସ୍ୟ।
ଦଲାହି କୁଣ୍ଡକୁ ନେଇ ଲୋକଙ୍କ ଭିତରେ ଏକ ବିଶ୍ୱାସ ରହିଛି ଯେ ଏହି ପୁଷ୍କରିଣୀରେ ଗାଧୋଇବା ଦ୍ୱାରା ଚର୍ମ ରୋଗ ଭଲ ହୋଇଥାଏ।ଭୂବିଜ୍ଞାନୀମାନେ କୁହନ୍ତି ଯେ ଯଦି ଏହି ପୁଷ୍କରିଣୀ ପାଣିରେ ସ୍ନାନ କରି ଚର୍ମ ରୋଗ ଭଲ ହେଉଛି, ତେବେ ଏହାର ଅର୍ଥ ହେଉଛି ଏଥିରେ ଥିବା ପାଣି ସଲଫର ଏବଂ ହିଲିୟମ୍ ଗ୍ୟାସ୍ ମିଶ୍ରିତ।


ଦଲାହି କୁଣ୍ଡ ନିକଟରେ ଦଲାହି ଗୋସେଇଁ ପୂଜା ପାଆନ୍ତି, ଯେଉଁଠାକୁ ଲୋକମାନେ ପ୍ରତି ରବିବାର ପୂଜା କରିବାକୁ ଆସନ୍ତି। ଲୋକମାନେ ବିଶ୍ବାସ କରନ୍ତି ଯେ ଏହି କୁଣ୍ଡରେ ଗାଧୋଇ ଯାହା ମାନସିକ କରିବେ ତାହା ପୁରାଣ ହୋଇଥାଏ। ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଦଲାହି କୁଣ୍ଡ ନିକଟରେ ଏକ ମେଳା ଆୟୋଜିତ ହୋଇଥାଏ। ଲୋକମାନେ ଏହି ରହସ୍ୟମୟ ପୁଷ୍କରିଣୀରେ ଗାଧୋଇବା ପାଇଁ ଦୂରଦୂରାନ୍ତରୁ ଆସନ୍ତି। ଏଠାରେ ତାଳି ମାରିଲେ ପାଣି ଉପରକୁ ଉଠିଥାଏ। ତେବେ ଏହା କେଉଁ କାରଣରୁ ଘଟୁଛି ତାର ସଠିକ୍ ଉତ୍ତର କୌଣସି ବୈଜ୍ଞାନିକ ଦେଇ ପାରୁନାହାନ୍ତି। ତେଲେଙ୍ଗାନାର କରିମନଗର ଜିଲ୍ଲାର କଲଭାସେରାମପୁର ମଣ୍ଡପରେ ଅବସ୍ଥିତ ଏଦୁଲାପୁର ପାହାଡ ଉପରେ ଭଗବାନ ଶିବଙ୍କର ଏକ ମନ୍ଦିର ଅଛି। ସେଠାରେ ଥିବା ନନ୍ଦୀ ମୂର୍ତ୍ତି ସାମ୍ନାରେ କରତାଳି ଦେଲେ ପାଟିରୁ ପାଣି ବାହାରିଥାଏ।


ଏହି ଅନନ୍ୟ ପୁଷ୍କରିଣୀକୁ ନେଇ ଅନେକ ଥର ଗବେଷଣା କରାଯାଇଥିଲେ ମଧ୍ୟ, ଜଳ କିପରି ଉପରକୁ ଉଠୁଛି ଆଜି ପର୍ଯ୍ୟନ୍ତ କେହି ସଠିକି ଭାବେ କହିପରୁନାହାନ୍ତି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସଂଗୀତ ତରଙ୍ଗ ଯୋଗୁଁ କରତାଳି ଜଳକୁ ପ୍ରଭାବିତ କରିଥାଏ, କିନ୍ତୁ ଏହା କିପରି ଆସେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: